ଭୁବନେଶ୍ୱର: ମେଡିକାଲ୍ ଉପକରଣ ଯୋଗାଉଥିବା ଏକ କମ୍ପାନିକୁ ୨୭ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଆଜି ସହିଦନଗର ଥାନା ପୁଲିସ ଉକ୍ତ କମ୍ପାନିର ଜଣେ କର୍ମଚାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଉକ୍ତ କମ୍ପାନିରେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଥିବା ଜଗତସିଂପୁର ଏରସମା ଅଞ୍ଚଳର ସୌମ୍ୟରଞ୍ଜନ ମହାନ୍ତି। ପୁଲିସ ଅଭିଯୁକ୍ତ ନିକଟରୁ ୨୦ଲକ୍ଷ ଟଙ୍କା ଜବତ କରିଛି। ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ମେଡିକା ବଜାର କମ୍ପାନିରେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଥିଲା। କଟକ, ବାଲେଶ୍ୱର ଓ ଭୁବନେଶ୍ୱରର ବିଭିନ୍ନ ମେଡିସିନ୍ ଷ୍ଟୋର, ମେଡିକାଲ୍ ଓ କ୍ଲିନିକ୍ର ବରାଦ ଅନୁସାରେ କମ୍ପାନିର ଉପକରଣ ଯୋଗାଉଥିଲା। ସେମାନଙ୍କଠାରୁ ଟଙ୍କା ଆଦାୟ କରି ସୌମ୍ୟ କମ୍ପାନିରେ ଜମା କରୁଥିଲା। କିଛି ଦିନ ତଳେ କମ୍ପାନି ପକ୍ଷରୁ ଖୋଳତାଡ୍ ହେଲାବେଳେ ସୌମ୍ୟରଞ୍ଜନ ୨୭ ଲକ୍ଷ ଟଙ୍କା ଆଦାୟ କରିଥିଲେ ମଧ୍ୟ ମାତ୍ର ୯୫ ହଜାର ଟଙ୍କା ଜମା କରିଥିବା ଜଣାପଡ଼ିଥିଲା। ବାକି ଟଙ୍କା ପଇଠ କରିବାକୁ କମ୍ପାନି ବାରମ୍ବାର କହିବା ସତ୍ତ୍ୱେ ସେ କର୍ଣ୍ଣପାତ କରିନଥିଲେ। ଏ ନେଇ କମ୍ପାନି ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା।
କମ୍ପାନିକୁ ୨୭ଲକ୍ଷ ଟଙ୍କା ଠକି କର୍ମଚାରୀ ଗିରଫ
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)