ରାଜଧାନୀରେ ଏନକାଉଣ୍ଟର ଘଟଣା, ଅପରାଧୀମହଲରେ ଆତଙ୍କ

୧୦ ବର୍ଷରେ ୨୮ ଜଣଙ୍କୁ ଗୁଳି

ଭୁବନେଶ୍ବର: ରାଜଧାନୀରେ କମିସନରେଟ୍‌ ପୁଲିସ ଏନକାଉଣ୍ଟର ପରେ ଏନକାଉଣ୍ଟର୍‌ କରି ଅପରାଧୀମହଲରେ ଆତଙ୍କ ଖେଳାଇଛି। ଆଗାମୀ ଦିନରେ ଯଦି ଲୁଟେରା ଆତଙ୍କ ଖେଳାନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ୫ ଦିନ ତଳେ ପୁଲିସ ପ୍ରଥମେ ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ନିକଟରେ ଦୁଇ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍‌ କରିଥିଲା। ଏହାର ପରଦିନ ପୁଣିଥରେ ବଡ଼ଗଡ଼ ଥାନା ଅଧୀନ ଚିଲ୍ଲିପୋଖରୀ ଓ ଖଣ୍ଡଗିରି ଥାନା ଅଧୀନ ଭରତପୁରରେ ଏନକାଉଣ୍ଟର୍‌ ହୋଇଥିଲା। ଏହି ଅପରାଧୀମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ରବି ରାଓ ଥିଲା। ଯାହା ନାଁରେ ଢେଙ୍କାନାଳରେ ହତ୍ୟାକାଣ୍ଡ ସମେତ ଭୁବନେଶ୍ବର, ପୁରୀ, ନୟାଗଡ଼, ଢ଼େଙ୍କନାଳ ଆଦି ସ୍ଥାନରେ ୩୦ରୁ ଅଧିକ ମାମଲା ରହିଛି।

କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଯାହା ସୂଚନା ମିଳିଛି, ରାଜଧାନୀକୁ ଅନେକ ବାହାର ଜିଲ୍ଲାର ଅପରାଧୀ ପଶି ଆସିଛନ୍ତି। ବିଶେଷକରି ଗଞ୍ଜାମ, ଜଗତସି˚ହପୁର, କଟକ ଓ ପୁରୀ ପୁଲିସ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସେମାନେ ସମସ୍ତେ ଏବେ ରାଜଧାନୀମୁହାଁ। ରାଜଧାନୀରେ ଛିନତାଇଠାରୁ ଆରମ୍ଭ କରି ଲୁଟପାଟ, ଦାଦାବଟି, ଜାଗାବାଡି ଗଣ୍ତଗୋଳ ଭଳି ଅପରାଧରେ ସ˚ପୃକ୍ତ ରହୁଛନ୍ତି। ଯାହାକି ଚଳିତ ବର୍ଷ ମେ’ ମାସରୁ କମିସନରେଟ୍‌ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଣିକି ଆଉ ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ। ଲଗାତାର ଏନ୍‌କାଉଣ୍ଟର ଫଳରେ ଏବେ ଅନେକ ଦୁଦାର୍ନ୍ତ ଅପରାଧୀ ରାଜଧାନୀ ଛାଡି ଅନ୍ୟତ୍ର ପଳାଇ ଗଲେଣି। ସେହିପରି କମିସନରେଟ ପୁଲିସ ପକ୍ଷରୁ ଯୋଜନା ହୋଇଛି, ଅପରାଧୀଙ୍କୁ ସାବାଡ କରିବାକୁ ଏକାବେଳକେ ୨ଟି ୩ଟି ଥାନାରେ ମାମଲା ରୁଜୁ କରାଯିବା ସହ ପୁଲିସ୍‌ ଭ୍ୟାନ୍‌ ମିଳିତ ଭାବେ ଅପରାଧୀଙ୍କୁ ଗିରଫ କରିବାକୁ ଘେରିବ। ସ୍ପେସାଲ ସ୍କ୍ବାଡ୍‌ ପୁଲିସ ଏଥିରେ ନେତୃତ୍ବ ନେବ। କମିସନରେଟ ପୁଲିସର ଏଭଳି ଯୋଜନା ଏବେ ଅପରାଧୀଙ୍କୁ ଛାନିଆ କରିଦେଇଛି। ଅପରପକ୍ଷେ ଲଗାତାର ୨ ଦିନରେ ୩ଟି ଏନ୍‌କାଉଣ୍ଟର୍‌ ଘଟଣା ପୁଲିସ ଓ ଅପରାଧୀ ମହଲରେ ଚଚାର୍ର ବିଷୟ ହୋଇଛି। ଯାହା ସୂଚନା ମିଳିଛି ଗତ ୧୦ ବର୍ଷ ମଧ୍ୟରେ କମିସନରେଟ ପୁଲିସ ପାଖାପାଖି ୨୮ଜଣ ଦୁର୍ଦାନ୍ତ ଅପରାଧୀମାନଙ୍କୁ ଏନକାଉଣ୍ଟର କରିଛି। ୨୦୦୮ ମସିହାରୁ ୨୦୧୨ ମସିହା ମଧ୍ୟରେ ୧୨ ଜଣ ଦୁର୍ଦାନ୍ତ ଅପରାଧୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କିନ୍ତୁ ଏହା ପରେ ପୁଲିସ ଏକଦମ୍‌ ଧିମେଇ ଯାଇଥିଲା। ମାତ୍ର ୨ଟି ଏନକାଉଣ୍ଟର ହୋଇଥିଲା। ସତ୍ୟବ୍ରତ ଭୋଇ ଡିସିପି ଭାବେ ଯୋଗ ଦେବା ପରେ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଥିଲା କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍। ତାଙ୍କ ସମୟରେ କମିସନରେଟ ପୁଲିସ ଡବଲ ଏନକାଣ୍ଟର ଆରମ୍ଭ ହୋଇଥିଲା। ସମୁଦାୟ ୯ଜଣ ଦୁର୍ଦାନ୍ତ ଅପରାଧୀ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସମ୍ବନ୍ଧିତ ଖବର