ସରିଲା ଅଙ୍କୁରର ‘ସମରମସ୍ତି’

ଭୁବନେଶ୍ବର: ଅଙ୍କୁର ଫାଉଣ୍ଡେସନ୍‌ ପକ୍ଷରୁ ଅୟୋଜିତ ଗ୍ରୀଷ୍ମକାଳୀନ ଶିବିର ‘ସମରମସ୍ତି’ ଗୁରୁବାର ‌ଉଦ୍‌ଯାପିତ ହୋଇଯାଇଛି। ଗତ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୭୦ ଜଣ ପିଲା ଅଂଶଗ୍ରହଣ କରିଥିଲେ। ଏଥିରେ ଚାରାରୋପଣ କୌଶଳଠାରୁ ଆରମ୍ଭ କରି ନୃତ୍ୟ, ସଂଗୀତ, ଚିତ୍ରକଳା, ସ୍କେଟିଂ, ଅଭିନୟ ଓ ଅନେକ କୌତୁକିଆ ଖେଳ ଶିଖିବାର ବ୍ୟବସ୍ଥା କରାଯାଇଥିଲା। ୪-୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହା ଆୟୋଜିତ ‌ହୋଇଥିଲା। ଫନି ଯୋଗୁଁ ଅଳ୍ପ ଦିନ ବ୍ୟବଧାନରେ ପୁଣି ଶିବିର ଖୋଲିଥିଲା। ପିଲାମାନେ ଶିବିର ଶେଷ ହେବା ପରେ ସମସ୍ତ କୌଶଳ ପ୍ରଦର୍ଶନ କରିଥିଲେ ଓ ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର