ଭୁବନେଶ୍ବର: ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ୍‌ ହସ୍ପିଟାଲରେ ‘ଏଣ୍ଡୋ-ସ୍ପାଇନ୍‌’ ଓ ‘ଲେଜର୍‌ ସ୍ପାଇନ୍ ସର୍ଜରି’ ଜରିଆରେ ଅଣ୍ଟା ଯନ୍ତ୍ରଣାର ସଫଳ ଅସ୍ତ୍ରୋପଚାର କରାଯାଉଛି। ହସ୍ପିଟାଲ ପକ୍ଷରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ନାୟୁ ଓ ମେରୁଦଣ୍ଡ ବିଭାଗର ଡା. ପ୍ରଫୁଲ୍ଲ କୁମାର ସାହୁ, ଡା. ଆତ୍ମା ରଂଜନ ଦାସ, ଡା. ରିତେଶ ଭୂତ ଏ ସଂପର୍କରେ ଅଧିକ ସୂଚନା ଦେଇଥିଲେ। ଆଧୁନିକ ପଦ୍ଧତିରେ ଅସ୍ତ୍ରୋପଚାର ଜରିଆରେ ଏବେ ସନ୍‌ସାଇନ୍‌ ହସ୍ପିଟାଲରେ ଜଟିଳ ଅଣ୍ଟା ଯନ୍ତ୍ରଣାର ସରଳ ଚିକିତ୍ସା କରାଯାଇପାରୁଛି।

Advertisment

ଅଣ୍ଟା ବା ମେରୁଦଣ୍ଡ ପାଖରେ ଦୁଇଟି ଛୋଟ ରନ୍ଧ୍ର ବା କଣା କରି ବାୟୋପୋର୍ଟାଲ ତଥା ଏଣ୍ଡୋସ୍ପାଇନ୍‌ ଉନ୍ନତ ଅସ୍ତ୍ରୋପଚାର କରାଯାଉଛି। ଅସ୍ତ୍ରୋପଚାର ପରେ ରୋଗୀକୁ ପିଠି ଯନ୍ତ୍ରଣାରୁ ସଂପୂର୍ଣ୍ଣ ମୁକ୍ତି ମିଳିଥାଏ। ଅସ୍ତ୍ରୋପଚାର ସମୟରେ କିମ୍ବା ପରେ ରୋଗୀକୁ ବିଶେଷ କଷ୍ଟ ମଧ୍ୟ ଅନୁଭବ ହୋଇନଥାଏ। ଅସ୍ତ୍ରୋପଚାରର ଦୁଇ ଦିନ ପରେ ରୋଗୀ ନିଜେନିଜେ ସଳଖି ଚାଲିବା ସାଙ୍ଗକୁ ନିଜ କାମ ନିଜେ କରିବାରେ ସକ୍ଷମ ହୋଇଥାଏ। ଏହି ବିରଳ ଅସ୍ତ୍ରୋପଚାର ପାଇଁ ସନ୍‌ସାଇନ୍‌ ହସ୍ପିଟାଲ ସାରା ରାଜ୍ୟ‌ରେ ତଥା ପୂର୍ବ ଭରାତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ ତରଫରୁ ଏକ ସ୍ବତନ୍ତ୍ର ପ୍ୟା‌କେଜ୍‌ ଚୟନ କରାଯାଇଛି। ତାହା ସବୁ ବର୍ଗର ଲୋକଙ୍କୁ ସୁହାଉଛି।