‘ଏଣ୍ଡୋସାଇଟୋସ୍କୋପ୍‌ରେ ଗ୍ୟାଷ୍ଟ୍ରିକ୍ କ୍ୟାନସର୍‌ର ପ୍ରାରମ୍ଭିକ ଅବସ୍ଥା ନିରୂପଣ ହୋଇପାରିବ’

ଭୁବନେଶ୍ବର: ଭୁବନେଶ୍ବରରେ ଅଳ୍ପଦିନ ମଧ୍ୟରେ ସ୍ଥାପନ ହେବାକୁ ଯାଉଛି ଭାରତର ପ୍ରଥମ ଏଣ୍ଡୋସାଇଟୋସ୍କୋପ୍ ଭଳି ଅତ୍ୟାଧୁନିକ ଉପକରଣ। ଏହି ଅତ୍ୟାଧୁନିକ ଉପକରଣରେ ଗ୍ୟାଷ୍ଟ୍ରାଇଟିସ୍‌, ଗ୍ୟାଷ୍ଟ୍ରିକ୍ ଅଲସର ଓ ଗ୍ୟାଷ୍ଟ୍ରିକ୍ କ୍ୟାନସର୍‌ ବା ଖାଦ୍ୟନଳୀର କର୍କଟ ଭଳି ଜଟିଳ ରୋଗ ପ୍ରାରମ୍ଭିକ ଅବସ୍ଥାରେ ମଧ୍ୟ ନିରୂପଣ ହୋଇପାରିବ ରାଜ୍ୟର ସ୍ବନାମଧନ୍ୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଆଶୁତୋଷ ମହାପାତ୍ର କହିଛନ୍ତି।

ଡାକ୍ତର ମହାପାତ୍ରଙ୍କ କହିବାନୁଯାୟୀ, ଏହା ହେଉଛି ଏଭଳି ଏକ ଅତ୍ୟାଧୁନିକ ଏଣ୍ଡୋସ୍କୋପ୍ ଯେଉଁଥିରେ ସାଧାରଣ ‌ଏଣ୍ଡୋସ୍କୋପ୍ ଅପେକ୍ଷା ୫୪୦ଗୁଣ ଅଧିକ ମ୍ୟାଗ୍ନିଫିକେସନ୍ ଥାଏ। ଶୀଘ୍ର ନିରୂପଣ ଫଳରେ ଶୀଘ୍ର ଚିକିତ୍ସା ଆରମ୍ଭ ହୋଇପାରେ ଏବଂ ଆରୋଗ୍ୟର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ଏହାଦ୍ବାରା ପେଟ ରୋଗୀମାନେ ଉପକୃତ ହୋଇପାରିବେ। ଡାକ୍ତର ମହାପାତ୍ର ଜାପାନରେ ଦୁଇଥର ଏଣ୍ଡୋ‌ସାଇଟୋସ୍କୋପି ପ୍ରଶିକ୍ଷଣ ନେଇଛନ୍ତି। ୨୦୧୬ ମସିହାରେ ଟୋକିଓସ୍ଥିତ ନ୍ୟାସନାଲ କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍ ଏବଂ ନିକଟ ଅତୀତରେ ଓସାକା କ୍ୟାନସର ଇନଷ୍ଟିଚ୍ୟୁଟ୍‌ରୁ ପ୍ରଶିକ୍ଷଣ ନେଇଛନ୍ତି।

ସମ୍ବନ୍ଧିତ ଖବର