ଚନ୍ଦ୍ରଶେଖରପୁର : ଇନ୍ଫୋସିଟି ଥାନା ଅଧୀନ ପଟିଆ ରାଜୀବନଗରରେ ଭଡ଼ା ଘରେ ରହୁଥିବା ଜଣେ ଯୁବ ଇଂଜିନିୟର ଆତ୍ମହତ୍ୟା କରିଛନ୍ତି। ସେ ହେଲେ, ପ୍ରେମାନନ୍ଦ ପଟ୍ଟନାୟକ (୨୮)। ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ। ଆଜି ସକାଳେ ପ୍ରେମାନନ୍ଦ ବେକରେ ଏକ କେବୁଲ ତାରରେ ପଙ୍ଖାରେ ଝୁଲିଥିବା ଦେଖି ପଡ଼ୋଶୀମାନେ ଘର ମାଲିକ ଓ ସ୍ଥାନୀୟ ଥାନାକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏ ସଂପର୍କରେ ତାଙ୍କ ପରିବାରଲୋକଙ୍କୁ ସୂଚନା ଦିଆଯାଇଛି। ତେବେ ପ୍ରେମାନନ୍ଦଙ୍କ ଆତ୍ମହତ୍ୟା ଘଟଣାକୁ ତାଙ୍କ ପରିବାରଲୋକ ସହଜରେ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ସେମାନେ କହିଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ଦିଆଯାଇଛି। ପରିବାରଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।
ବେକରେ କେବୁଲ ତାର ବାନ୍ଧି ଝୁଲିଗଲେ ଯୁବ ଇଂଜିନିୟର
/sambad/media/post_attachments/wp-content/uploads/2022/05/suicide_624bf4f177326.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)