ଚନ୍ଦ୍ରଶେଖରପୁର : ଚଳନ୍ତା ଟ୍ରେନ୍ରୁ ଓହ୍ଲାଇ ଆଜି ସଂଧ୍ୟାରେ ଜଣେ ଇଂଜିନି୍ରୟରିଂ କଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ଅବ୍ସେଖାବତ୍ ଅଲ୍ଲି। ସେ ଚନ୍ଦ୍ରଶେଖରପୁର ଥନା ନିକଟ ଏକ ଘରୋଇ ଇଂଜିନିୟରିଂ କଲେଜର ବିବିଏ ଦ୍ୱିତୀୟ ବର୍ଷ ଛାତ୍ର। ତାଙ୍କ ଘର ପଶ୍ଚିମବଂଗର ମେଦିନୀପୁରରେ ହୋଇଥିବା ବେଳେ ସେ କାନନବିହାରସ୍ଥିତ ଏକ ମେସ୍ରେ କିଛି ଛାତ୍ରମାନଙ୍କ ସହ ରହୁଥିଲେ। କିଛି ଦିନ ତଳେ ଘରକୁ ଯାଇ ସେ ଆଜି କଲେଜକୁ ଫେରୁଥିବା ବେଳେ ପଟିଆ ଷ୍ଟେସନ୍ ନିକଟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ରୁ ଓହ୍ଲାଉଥିଲେ। ସେ ଭୁବନେଶ୍ୱର ଷ୍ଟେସନ୍ରେ ଓହ୍ଲାଇବା ପରିବର୍ତ୍ତେ ପଟିଆରେ ଟ୍ରେନ୍ ସାମାନ୍ୟ ଧିମା ହେବା ଲକ୍ଷ୍ୟ କରି ଓହ୍ଲାଇ ପଡ଼ିଥିଲେ। ତେବେ ନିୟନ୍ତ୍ରଣ ହରାଇ ସେ ପ୍ଲାଟ୍ ଫମ୍ର୍ ୨ରେ ପ୍ରାୟ ୭/୮ ଫୁଟ୍ ଘୋଷାଡ଼ି ହୋଇଯାଇଥିଲେ। ଅଳ୍ପକେ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତିଯାଇଥିବା ବେଳେ ତାଙ୍କ ଛାତି, ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଛି। ଏହା ଦେଖି ସ୍ଥାନୀୟ ଲୋକ ଏକ ଆଟୋରେ ତୁରନ୍ତ ନିକଟ ଏକ ଘରୋଇ ହସ୍ପିଟାଲ୍କୁ ନେଇଯାଇଥିଲେ। ଏ ନେଇ ତାଙ୍କ କଲେଜ କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି।
ଚଳନ୍ତା ଟ୍ରେନ୍ରୁ ଓହ୍ଲାଇ ଇଂଜିନିୟରିଂ କଲେଜ୍ ଛାତ୍ର ଗୁରୁତର
/sambad/media/post_attachments/wp-content/uploads/2018/02/special-train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)