ଟ୍ରେନ୍‌ରୁ ଖସି ଇଂଜିନିୟରିଂ ଛାତ୍ର ଆହତ

ଚନ୍ଦ୍ରଶେଖରପୁର: ପଟିଆ ଅଞ୍ଚଳରେ ପଢ଼ୁଥିବା ଜଣେ ଇଂଜିନିୟରିଂ କଲେଜ ଛାତ୍ର ଆଜି ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିବା ଫଳରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନାମ ଅମିତାଭ ସିହ୍ନା। ସେ ପଟିଆରୁ କଟକ ଟ୍ରେନ୍‌ ଯୋଗେ ଯାଉଥିବା ବେଳେ ହଠାତ୍‌ କଳାରାହାଙ୍ଗ ଲେବୁଲ୍‌ କର୍ସିଂରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତ ଝରିଥିଲା। ଛାତି ଓ ଆଣ୍ଠୁରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତି କରାଯାଇଛି। ତାଙ୍କ ଘର କଟକ ହୋଇଥିବା ବେଳେ ସେ କାନନବିହରରେ ଭଡ଼ାରେ ରହି ବିବିଏ ପାଠ ପଢ଼ୁଥିଲେ।

ସମ୍ବନ୍ଧିତ ଖବର