ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଟିମ୍‌ ରାଜଧାନୀରେ ପହଞ୍ଚିଥିଲେ। କମିସନରେଟ୍‌ ପୁଲିସ ଖେଳାଳିମାନଙ୍କୁ କଡ଼ାସୁରକ୍ଷା ବଳୟରେ ବିମାନବନ୍ଦରରୁ ହୋଟେଲ୍ ମେ ଫେୟାର ଲାଗୁନ୍‌ରେ ଛାଡ଼ିଥିଲା। ଖେଳାଳିଙ୍କ ସୁରକ୍ଷା ପାଇଁ ହୋଟେଲ୍‌ରେ ପୁଲିସ ଛାଉଣି କରାଯାଇଛି। ସେହିପରି ଇଂଲଣ୍ଡ ଖେଳାଳିଙ୍କ ପାଇଁ ହୋଟେଲ୍‌ ବାହାରେ ସ୍ବତନ୍ତ୍ର ଖାଇବା ବ୍ୟବସ୍ଥା କରାଯାଇଛି। ଦଳ ସହିତ ଆସିଥିବା ସେଫ୍‌ମାନେ ରୋଷେଇ କରିବେ। ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। କମିସନରେଟ୍‌ ପୁଲିସର ଏଭଳି ସୁରକ୍ଷା ବ୍ୟବସ୍ଥା ଦେଖି ଇଂଲଣ୍ଡ ସୁରକ୍ଷା ପରିଚାଳକ ସନ୍ତୋଷ ପ୍ରକାଶ କରିଛନ୍ତି। ଶନିବାର ଅପରାହ୍ଣରେ ସୁରକ୍ଷା ପରିଚାଳକ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟକୁ ଯାଇ ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତିଙ୍କୁ ଭେଟି ପ୍ରଶଂସା କରିଥିଲେ। ସେହିପରି ସୁରକ୍ଷାର କେତୋଟି ଦିଗ ଉପରେ ସେ କମିସନର୍‌ଙ୍କ ସହ ଆଲୋଚନା କରିଥିଲେ।

Advertisment