ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଦୁଇ ଇଂରାଜୀ କବିତା ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ପେନ୍‌ଇନ୍‌ ବୁକ୍ସ ପକ୍ଷରୁ ଆଜି ରାଜଧାନୀ ପୁସ୍ତକମେଳା ମଞ୍ଚରେ ବିଶ୍ୱନାଥ ଦାଶଙ୍କ ପ୍ରଥମ ଇଂରାଜୀ କବିତା ସଂକଳନ ‘ରିଇନ୍ସୁ ଅଫ୍‌ ଦ କାଷ୍ଟଲ’ ଓ ଇଶାନି ମୁଖାର୍ଜୀଙ୍କ ‘ଦ ଆେଓ୍ଵକିଙ୍ଗ’ କବିତା ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କବି ସଂଗ୍ରାମ ଜେନା, ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଦୁଇ କବିତା ପୁସ୍ତକର ରଚୟିତା କବିତାଗୁଡ଼ିକ ପାଠକଙ୍କ ଦ୍ୱାରା ବେଶ୍‌ ଆଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ। ପେନ୍‌ଇନ୍‌ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର