ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ବିଦ୍ୟାଳୟର ୨୫% ସିଟ୍ରେ ଗରିବ ଓ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖାରେ ଅବ୍ୟବସ୍ଥା ନେଇ ଆଜି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଘେରାଉ କରାଯାଇଥିଲା। ଶିକ୍ଷା ଅଧିକାର ଅଭିଭାବକ ସଂଘ ଓ ଓଡ଼ିଶା ଅଭିଭାବକ ମହାସଂଘର ସଦସ୍ୟମାନେ ନ’ତାଲାରେ ଥିବା ନିର୍ଦ୍ଦେଶାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସ୍କୁଲଗୁଡ଼ିକରେ ଖାଲିଥିବା ସିଟ୍ରେ ନାମଲେଖା ଲାଗି ପୁଣିଥରେ ଲଟେରି କରି ପିଲାମାନଙ୍କୁ ସୁଯୋଗ ଦେବା, ଖାଲିଥିବା ସିଟ୍କୁ ଅଲଟ୍ମେଣ୍ଟ କରିବା, ଅର୍ଥ ମାଗୁଥିବା ସ୍କୁଲକୁ ତାଗିଦ କରିବା, ବହି, ଖାତା, ଡ୍ରେସ, ଜୋତା ଯୋଗାଇ ଦେବା ସହ ଅନ୍ୟାନ୍ୟ ଅସୁବିଧା ଦୂର ପାଇଁ ଦାବି କରାଯାଇଛି। ଅଭିଭାବକଙ୍କ ଘେରାଉ ପରେ ଗଣଶିକ୍ଷା ସଚିବଙ୍କ ପ୍ରତିନିଧି ଭାବେ ଅତିରିକ୍ତ ସଚିବ ଅଶ୍ୱିନୀ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ, ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, କଳ୍ପନା ସାହୁ, ପ୍ରସନ୍ନ ବିଷୋୟୀ, ସତ୍ୟଜିତ ଦାଶଙ୍କୁ ନେଇ ଆଲୋଚନା କରାଯାଇଥିଲା। ଆସନ୍ତା ଦୁଇଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଯଦି ସମାଧାନ ନ ହୁଏ ତେବେ ଗୁରୁବାର ପୁଣିଥରେ ନିର୍ଦ୍ଦେଶାଳୟ ଘେରାଉ କରିବାକୁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଘରୋଇ ସ୍କୁଲର ୨୫% ସିଟ୍ରେ ନାମଲେଖା ପ୍ରସଙ୍ଗ: ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଘେରାଉ
/sambad/media/post_attachments/wp-content/uploads/2023/04/6546G4DAGADGAGAGA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)