ମଜିଲେ, ପାଇଲେ, ଶିଖିଲେ…

ବିଭୋର୍‌ କଲା ସଂଗୀତ, ଯାଦୁଖେଳ

ଭୁବନେଶ୍ବର: ସ୍ପାଇସି ହନି ଚିଙ୍ଗୁଡ଼ିରେ ମହକୁଥିଲା ପ୍ରେକ୍ଷାଳୟ। ନବେ ଦଶକର ମନଛୁଆଁ ଗୀତରେ ଝୁମୁଥିଲା ମଞ୍ଚ। ହାଣ୍ଡିଶାଳର ଧରାବନ୍ଧା ଜୀବନରୁ ମୁକୁଳି ରାନ୍ଧଣା ଜ୍ଞାନ ନେବାକୁ ଆଜି ଛୁଟି ଆସିଥିଲେ ଶହଶହ ମହିଳା। ରାନ୍ଧଣା ଜ୍ଞାନ ନେଲେ…, ପ୍ରଶ୍ନ ପଚାରିଲେ.., ଉତ୍ତର ଦେଲେ.., ଖାଇଲେ.. ପୁଣି ପୁରସ୍କାର ନେଇ ଘରକୁ ଫେରିଲେ। ଅବସର ଥିଲା ‘ସମ୍ବାଦ’ ପକ୍ଷରୁ ‘ଫ୍ରିଡମ’ ତେଲ ଆନୁକୂଲ୍ୟରେ ଆୟୋଜିତ ‘କୁକେରି ସୋ’। ନାଟକ କିମ୍ବା ନୃତ୍ୟ ନୁହେଁ ଭଂଜ କଳାମଣ୍ଡପର ମଞ୍ଚ ଆଜି ସାଜିଥିଲା ହାଣ୍ଡିଶାଳ। ଡ୍ରିମ୍‌ସ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ର ସେଫ୍‌ ଉତ୍କଳ ଓ ତାଙ୍କ ଟିମ୍‌ ସଦସ୍ୟ ପ୍ରସ୍ତୁତ କରିଥିଲେ ‘ଆଚାରି ବେବିକର୍ଣ୍ଣ ଷ୍ଟିକ୍‌’ ଏବଂ ‘ହନି ଗ୍ଲେଜ୍‌ଡ ସ୍ପାଇସି ପ୍ରନ୍‌’। ଏହି ତେଲର ଗୁଣବତ୍ତା ହାଲ୍‌କା ରହୁଥିବାରୁ ଅଳ୍ପ ତେଲରେ ସ୍ବାସ୍ଥ୍ୟକୁ ସୁହାଇବା ଭଳି ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି ବୋଲି ଉତ୍କଳ କହିଥିଲେ। କାର୍ଯ୍ୟକ୍ରମରେ ‘ଫ୍ରିଡମ’ ର ମାର୍କେଟିଂ ମୁଖ୍ୟ ଚେତନ ପି, କାଶ୍ୟପ ଜୀ ଏବଂ ଏରିଆ ସେଲ୍‌ସ ମ୍ୟାନେଜର ଅମିୟ କୁମାର ଧଳ ଉପସ୍ଥିତ ଥିଲେ। ‘ସମ୍ବାଦ’ର ଡିଜିଏମ୍‌ (ମାର୍କେଟିଂ) କଲ୍ୟା‌ଣେନ୍ଦୁ ନାୟକ ଏବଂ ଅନ୍ୟ ସହ‌ଯୋଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଲିପ୍‌ସା। ଡ୍ରିମ୍‌ସ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଓ ଆଇଡିଆ କ୍ରିଏସନ୍‌ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଭୋର୍‌ କଲା ସଂଗୀତ, ଯାଦୁଖେଳ
ସୁସ୍ବାଦୁ ଖାଦ୍ୟର ବାସ୍ନା ସାଙ୍ଗକୁ ଗୀତରେ ବିଭୋର ହେବାର ଅବକାଶ ଜୁଟିଥିଲା। ଏ ସମୟ ବୟସକୁ ମୋର ନେଲୁ ଚୋରେଇ.., ସାଗରେ ତରଙ୍ଗ ପରି.., ଅଜଣା ବାଟେ.., କିସି ରୋଜ ତୁମ୍‌ସେ ମୁଲାକାତ ହୋଗି.., ରାହୋମେ ଉନ୍‌ସେ ମୁଲାକାତ ହୋଗୟି.., ମୁଝେ ନିନ୍ଦ୍‌ ନା ଆୟେ.. ଭଳି ଚିର ସବୁଜ ଗୀତରେ ଭିଜାଇଥିଲେ କଣ୍ଠଶିଳ୍ପୀ ଅଂଶୁମାନ। ସୁଧାଂଶୁଙ୍କ ଯାଦୁଖେଳର ବଳୟ ଭିତରେ ବି କିଛି ସମୟ ଦର୍ଶକଙ୍କୁ ବାନ୍ଧି ହୋଇ ରହିଥିଲେ। ‘ସମ୍ବାଦ’ରେ ପ୍ରକାଶ ପାଉଥିବା ‘ଚକ୍‌ଲେଟ ଦିଦି’ର ବାର୍ତା ସମ୍ବନ୍ଧରେ କହି କିଛି ମହିଳା ଆକର୍ଷଣୀୟ ପୁରସ୍କାର ଜିତିଥିଲେ।

ଉତ୍ତର ଦେଲେ, ପୁରସ୍କାର ନେଲେ
ହାଣ୍ଡିଶାଳ ସମ୍ବନ୍ଧୀୟ ବହୁ ଉପଯୋଗୀ ପ୍ରଶ୍ନର ଉତ୍ତର ଦେଇ ମହିଳାମାନେ ପୁରସ୍କାର ଜିତିଥିଲେ। ପିଆଜ କାଟିଲା ପୂର୍ବରୁ କ’ଣ କଲେ ଆଖିରୁ ଲୁହ ଝରିବନି? ମଟନ କିପରି ଶୀଘ୍ର ସିଝିବ? କ୍ଷୀରକୁ ଦହିରେ ପରିଣତ କରିବାରେ କୋଉ ବ୍ୟାକ୍ଟେରିଆ ସାହାଯ୍ୟ କରେ?‌ ସେଫ୍‌ଙ୍କର ଏହିପରି କେତେକ ପ୍ରଶ୍ନର ଉତ୍ତର ଦେଇ ମହିଳାମାନେ ପୁରସ୍କାର ଜିତିଥିଲେ। ଏଠାକୁ ଆସିଥିବା ସମସ୍ତ ମହିଳାଙ୍କ କୁପନକୁ ନେଇ ଏକ ଲକି ଡ୍ର କରଯାଇଥିଲା। ଏଥିରେ ସହିଦନଗରର ତାରାମଣି ସାହୁ, ୟୁନିଟ୍‌ ୯ର ମୀନାକ୍ଷୀ ପଟ୍ଟନାୟକ, ମମତା ପୃଷ୍ଟି ବିଜେତା ହୋଇଥିଲେ।

ଖାଦ୍ୟ ଓ ମନୋରଂଜନର ଉତ୍ସବ
ଓଡ଼ିଶାବାସୀ ଖାଦ୍ୟପ୍ରିୟ। ତେଣୁ ମହିଳାମାନଙ୍କୁ ହାଣ୍ଡିଶାଳରୁ ଆଣି ସିଧାସଳଖ ବାର୍ତାଳାପ କରିବା ପାଇଁ ଖାଦ୍ୟର ଏହି ନିଆରା ଉତ୍ସବ ଆୟୋଜିତ ହୋଇଛି। ଆମେ ଶୁଦ୍ଧତାକୁ ଗୁରୁତ୍ବ ଦେଉଥିବାରୁ ଫ୍ରିଡମ ତେଲ ପ୍ରତି ମହିଳାମାନଙ୍କର ଏଭଳି ସକ୍ରିୟ ମନୋଭାବ ବହୁତ ଆନନ୍ଦ ଦେଉଛି।
ଚେତନ ପି (ମାର୍କେଟିଂ ମୁଖ୍ୟ)
ହାଣ୍ଡିଶାଳର ମାଲିକମାନଙ୍କ ପାଇଁ ଏହା ସମର୍ପିତ
‘ଫ୍ରିଡମ’ର ପରିଚାଳାନ ନିର୍ଦେଶକଙ୍କ କହିବା ମୁତାବକ ଲାଭ ଯାହା ହେଉଛି ହେଉ କିନ୍ତୁ ଗ୍ରାହକ ଯେମିତି ଠକି ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେବ। ତା’ ଆଧାରରେ କାମ ଚାଲୁଥିବା ବେଳେ ଓଡ଼ିଶାରେ ହାଣ୍ଡିଶାଳର ମାଲିକଙ୍କ ସହ ଯୋଡ଼ିହେବାର ଏ ଅଭିନବ ଆୟୋଜନ ପ୍ରଶଂସନୀୟ।
କାଶ୍ୟପ ଜୀ (ବ୍ରାଣ୍ଡ୍‌ ଷ୍ଟ୍ରାଟେଜି ନିର୍ଦେଶକ)
ଏହି ଧାରା ଚାଲୁ ରହିବ
ନେଲସନର ତଥ୍ୟ ମୁତାବକ ଆମେ ବ୍ରାଣ୍ଡ୍‌ ହିସାବରେ ଓଡ଼ିଶାରେ ଶୀର୍ଷରେ ରହି ମହିଳାମାନଙ୍କର ପ୍ରିୟ ହୋଇପାରିଛୁ। ତେଣୁ ମହିଳାଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବାର ଏହି ଅଭିନବ ଧାରା ଆଗକୁ ମଧ୍ୟ ଚାଲୁ ରହିବ। ସହଯୋଗ ପାଇଁ ଗୃହିଣୀଙ୍କୁ ଅନେକ ଅନେକ ଧନ୍ୟବାଦ।
ଅମିୟ କୁମାର ଧଳ (ଏରିଆ ସେଲ୍‌ସ ମ୍ୟାନେଜର)
ଭଲମନରେ ରୋଷେଇ କଲେ ତା’ର ସ୍ବାଦ ନିଆରା
ଭଲ ମନରେ ରୋଷେଇ କଲେ ତା’ର ସ୍ବାଦ ସବୁବେଳେ ନିଆରା ହିଁ ହୋଇଥାଏ। କୌଣସି ଏକ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମିଲ୍‌ କରି ସେମାନଙ୍କୁ ସେମାନଙ୍କ ରୁଚି ମୁତାବକ ଏକ ପରିବେଶ ଭେଟିଦେବା ବହୁତ ଭଲ ପଦକ୍ଷେପ। ଭଲ ଖାଦ୍ୟ ବିନା ଭଲ ସୋସାଇଟି ଗଠନ ହୋଇପାରିବନି।
ଲିଙ୍କନ ସୁବୁଦ୍ଧି, ସମାଜସେବୀ
‘ସମ୍ବାଦ’କୁ ଧନ୍ୟବାଦ
ଗୃହିଣୀ ହୋଇ ଘରେ ବାନ୍ଧି ହୋଇ ରହୁଥିବା ବେଳେ ସମ୍ବାଦର ଏହିଭଳି କିଛି କାର୍ଯ୍ୟକ୍ରମ ଆମ ପାଇଁ ମନୋରଂଜନଧର୍ମୀ ଓ ଉପାଦେୟ ହେଉଛି। ଏ ଧରଣର କାର୍ଯ୍ୟକ୍ରମ କରି ଆମକୁ ସାମିଲ୍‌ କରିଥିବାରୁ ସମ୍ବାଦକୁ ଧନ୍ୟବାଦ।
ଲକ୍ଷ୍ମୀପ୍ରିୟା ମହାପାତ୍ର (ଗୃହିଣୀ)

ସମ୍ବନ୍ଧିତ ଖବର