ଭୁବନେଶ୍ବର : କର୍ମଚାରୀ ଭବିଷ୍ୟନିଧି ସଂଗଠନକୁ କାଗଜ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତତ୍କାଳ ପାଣ୍ଠି ଉଠାଣ ସମେତ ବିଭିନ୍ନ ସେବା ଏବେ ଅନ୍ଲାଇନ୍ରେ ଉପଲବ୍ଧ ହେଉଛି। ଏହା ପୂର୍ବ ପ୍ରକ୍ରିୟାଠାରୁ ଆହୁରି ସରଳ ଓ ସମୟ ସାପେକ୍ଷ ହୋଇଛି। ଏହି ଅନ୍ଲାଇନ୍ ସେବା ପାଇଁ ହିତାଧିକାରୀଙ୍କ ଆଧାର ଓ ବ୍ୟାଙ୍କ ଖାତା ୟୁଏନ୍ ସଂଖ୍ୟା ସହିତ ସଂଲଗ୍ନ କରିବା ଅପରିହାର୍ଯ୍ୟ। ଫଳରେ ପୂର୍ବଭଳି ହିତାଧିକାରୀଙ୍କୁ ଆଉ ଭବିଷ୍ୟନିଧି କାର୍ଯ୍ୟାଳୟରେ ଚକ୍କର କାଟିବାର ଆବଶ୍ୟକତା ପଡ଼ିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ଜିଲ୍ଲାରେ ଏହି ଅନ୍ଲାଇନ୍ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ନିଯୁକ୍ତିଦାତା ଓ ହିତାଧିକାରୀଙ୍କୁ ନେଇ ଏକ ସହାୟତା ଶିବିର ଲିଙ୍କ୍ରୋଡ୍ସ୍ଥିତ ଓଏସ୍ଏଲ୍ ଟାୱାରରେ ଆୟୋଜିତ ହୋଇଯାଇଛି। ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ କମିସନର ସଂଜୟ କୁମାର ରଥ ଏହାକୁ ଉଦ୍ଘାଟନ କରିଥିଲେ। କଟକ ଜିଲ୍ଲାର ପ୍ରବର୍ତନ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ, ସୀତାଂଶୁ ଶେଖର ମିଶ୍ର ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓଏସ୍ଏଲ୍ର ମାନବ ସମ୍ବଳ ଅଧିକାରୀ ବି.କେ ଓଝା, କ୍ଷୀତିଶ କୁମାର ରାଉତ ଓ ଅନ୍ୟ ଅଧିକାରୀମାନେ ଶିବିର ପରିଚାଳନା କରିଥିଲେ।