ବାଲିଅନ୍ତା : ମାମୁ ଟଙ୍କା ଦେବେ କହି ଜଣେ ଧୂର୍ତ୍ତ ବାଳକାଟି ବଜାରରେ ଥିବା ଏକ ତେଜରାତି ଦୋକାନୀଙ୍କଠାରୁ ୫ ହଜାର ଟଙ୍କାର ସାମଗ୍ରୀ ନେଇ ଛୁ’ ମାରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଗତକାଲି ଅପରାହ୍ରେ ଜଣେ ଯୁବକ ବାଳକାଟି ବଜାରରେ ଥିବା ଏକ ତେଜରାତି ଦୋକାନରୁ ୫ହଜାର ଟଙ୍କାର ସଉଦା କିଣିଥିଲା। ସେ ବାଇକ୍ରେ ସଉଦା ଲଦି ଫେରାର ହୋଇଯାଇଥିବା ବେଳେ ମାମୁକୁ ଦୋକାନୀ କାବୁ କରିଥିଲେ। ଅଭିଯୁକ୍ତ ବ୍ୟକ୍ତିକୁ ଦୋକାନୀ ଅଟକ ରଖି ବାଳକାଟି ଫାଣ୍ଡିକୁ ଜଣାଇଥିଲେ। ପୁଲିସ ତାକୁ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି। ଦୋକାନୀଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/shop.jpg)