ଡ୍ରୋନ ନିର୍ମାଣ ପାଇଁ ଏସରାମ୍ ଆଣ୍ଡ ଏମରାମ୍‌ ୩୦୦ କୋଟି ନିବେଶ କରିବ

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨

ଭୁବନେଶ୍ବର: ବ୍ରିଟେନଭିତ୍ତିକ କମ୍ପାନି ଏସ୍‌ରାମ୍‌ ଆଣ୍ଡ୍ ଆର୍‌ରାମ୍‌ ଓଡ଼ିଶାରେ ଡ୍ରୋନ ନିର୍ମାଣ ପାଇଁ ବେଙ୍ଗାଲୁରର ଷ୍ଟାର୍ଟଅପ୍‌ ସଂସ୍ଥା ବମ୍ବଲ ବି ଫ୍ଲାଇଟ୍‌ସ ପ୍ରାଇଭେଟ ଲିମିଟେଡରେ ୩୦୦ କୋଟି ଟଙ୍କା ନିବେଶ କରିବ। ଏହାଫଳରେ ଓଡ଼ିଶା ବିଶ୍ବର ଡ୍ରୋନ ତିଆରି ବଜାରରେ ସ୍ଥାନ ପାଇବ। ଏହି କମ୍ପାନି ପକ୍ଷରୁ ହେବାକୁ ଥିବା ଡ୍ରୋନରେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ପରିବହନ ହୋଇପାରିବ। ବିଶେଷକରି ସହରାଞ୍ଚଳରେ ଏୟାର ଆମ୍ବୁଲାନ୍ସ, ଆମୋଦପ୍ରମୋଦ ଏବଂ ଜରୁରୀ ମାଲ ପରିବହନର ଆବଶ୍ୟକତାକୁ ପୂରଣ କରିପାରିବ। ଜଣେ ବ୍ୟକ୍ତି ଡ୍ରୋନରେ ଆକାଶମାର୍ଗରେ ଯାତ୍ରା କରିପାରିବ ବୋଲି କମ୍ପାନି ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରୁ ନିବେଶ ଘୋଷଣା କରି ଆମେ ଭାରତରେ ଆମର ଭବିଷ୍ୟତ ନିବେଶ କାର୍ଯ୍ୟକ୍ରମ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏସରାମ୍ ଆଣ୍ଡ୍ ଏମ୍‌ରାମ୍‌ ଟେକ୍ନୋଲୋଜିଜ୍ ଆଣ୍ଡ ରିସୋର୍ସେସ ଲିମିଟେଡର ଉପାଧ୍ୟକ୍ଷ ଡ. ଗୁରୁଜୀ କୁମାରନ ସ୍ବାମୀ କହିଛନ୍ତି। ପ୍ରଥମେ ଏୟାର ଟାକ୍ସି ବଜାର ଉପରେ ବି ଫ୍ଲାଇଟ୍‌ସ ପ୍ରାଇଭେଟ ଲିମିଟେଡ ଗୁରୁତ୍ବ ଦେବ ବୋଲି କହିଛି। ସାମ୍ବାଦିକ ସମ୍ମିଳନୀରେ ଦୁଇ କମ୍ପାନିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର