ପୃଥିବୀରେ ଦିବ୍ୟ ଜୀବନ ପ୍ରତିଷ୍ଠା ହେଉଛି ଶ୍ରୀଅରବିନ୍ଦଙ୍କ ସାଧନାର ଲକ୍ଷ୍ୟ

ବିନତାଶ୍ବ ମଲ୍ଲିକ ସ୍ମାରକୀ ବକ୍ତୃତା

ଭୁବନେଶ୍ବର: ପୃଥିବୀରେ ଦିବ୍ୟଜୀବନ ପ୍ରତିଷ୍ଠା ହେଉଛି ଶ୍ରୀଅରବିନ୍ଦଙ୍କ ସାଧନାର ଲକ୍ଷ୍ୟ ବୋଲି ରାଜ୍ୟସ୍ତରୀୟ ପାଠଚକ୍ର ଓ ‘ବିନତାଶ୍ବ ମଲ୍ଲିକ ସ୍ମାରକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତ ଦେଇଛନ୍ତି। ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରସ୍ଥିତ ମୀରା ପୟରରେ ପଣ୍ଡିତ କୃଷ୍ଣଚନ୍ଦ୍ର ନନ୍ଦଶର୍ମାଙ୍କ ପୌରୋହିତ୍ୟରେ ବିନତାଶ୍ବ ମଲ୍ଲିକ ସ୍ମାରକୀ ନ୍ୟ‌ାସ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍‌ ଶରତ ଚନ୍ଦ୍ର ରଥ ଯୋଗଦେଇ ‘ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଯୋଗ’ ଶୀର୍ଷକ ବିନତାଶ୍ବ ମଲ୍ଲିକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଲେ ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଯୋଗ ହେଉଛି ଏକମାତ୍ର ଯୋଗ, ଯାହା ମାନବର ରୂପାନ୍ତର ଓ ଦିବ୍ୟଜୀବନ ପ୍ରତିଷ୍ଠାର ଆସ୍ଥାରଖେ। ମୁଖ୍ୟବକ୍ତା ପ୍ରଭଞ୍ଜନ ମହାନ୍ତି ପୃଥିବୀରେ ଆତଯାତ ପ୍ରତିଟି ଜୀବ ଦେହରେ ଆତ୍ମା ଅଛି। ଯାହାକୁ ଚିହ୍ନି କାର୍ଯ୍ୟ କଲେ ଜଗତର ମଙ୍ଗଳ ସାଧିତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ଶଶିଭୂଷଣ ବେହେରା ଓ ରବୀନ୍ଦ୍ର ପାତ୍ର ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଯୋଗର ପରାକାଷ୍ଠା ଓ ସର୍ବକାଳୀନ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥି‌ଲେ। ଏହି ଅବସରରେ ‘ନ୍ୟାସ’ ର ବାର୍ଷିକ ମୁଖପତ୍ର ‘ଅରୋକିରଣ’ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ନ୍ୟାସର ଅଧ୍ୟକ୍ଷ ହୃଷୀକେଶ ମଲ୍ଲିକ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର