ଧଉଳି: ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ପରେ ପ୍ରଥମ କ୍ୟାବିନେଟ୍ରେ ହିଁ ବିଜେଡି ଇସ୍ତାହାରର ମୁଖ୍ୟ ପ୍ରତିଶ୍ରୁତି ପୂରଣ ହେବ। ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ସହ ସମସ୍ତଙ୍କୁ ବିଏସ୍କେୱାଇରେ ସାମିଲ କରାଯିବ। ଏହା ସହ ୬୦ ବର୍ଷ ପରେ ମିସନ୍ ଶକ୍ତି ମା’ମାନଙ୍କ ପାଇଁ ପେନ୍ସନ୍ ସୁବିଧା ମିଳିବ। ଏହି ତିନିଟି ପ୍ରତିଶ୍ରୁତିକୁ ପ୍ରାଥମିକତା ଭିତ୍ତିରେ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ବିଜେଡି ଏକାମ୍ର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଆଜି ପ୍ରଚାର ସମୟରେ ସେ ଏ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ପୁଣି ଥରେ ବିଜେଡିକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ଶ୍ରୀ ପଣ୍ଡା ଆଜି ଟିକରପଡ଼ା ଗ୍ରାମପଞ୍ଚାୟତ ଏବଂ ୱାର୍ଡ ନଂ ୫୧ରେ ମାରାଥନ୍ ପ୍ରଚାର କରିଥିଲେ। ବିଭିନ୍ନ ସ୍ଥାନରେ ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ପୋରେଟର ବିନୟିନୀ ଜେନା, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ଅଞ୍ଚଳ ବଟୁ, ପୂର୍ବତନ ସରପଞ୍ଚ ସଂଘମିତ୍ରା ପାଳ, ହେମନ୍ତ ପ୍ରଧାନ, ରଞ୍ଜିତ ସୁବୁଦ୍ଧି, ସୁନିଲ ସାହୁ, ସୁଶ୍ରୀକାନ୍ତା ଦାସ, ଆଦର୍ଶ ପଟ୍ଟନାୟକ ଓ ଚିନ୍ମୟ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମ କ୍ୟାବିନେଟ୍ରେ ପାରିତ ହେବ ଇସ୍ତାହାରର ମୁଖ୍ୟ ପ୍ରତିଶ୍ରୁତି: ଅଶୋକ
ଟିକରପଡ଼ା, ୱାର୍ଡ-୫୧ରେ ମାରାଥନ୍ ପ୍ରଚାର
/sambad/media/post_attachments/wp-content/uploads/2024/05/gdgjgdjdgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)