ରାସନ୍ କାର୍ଡ ନ ଥିଲେ ବି କିରାସିନି ମିଳିବ

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶରେ ଲକ୍‌ ଡାଉନ୍ ଜାରି ଥିବାରୁ କିରାସିନି ‌ଯୋଗାଣ ସମ୍ପର୍କରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାସନ୍ କାର୍ଡ ନ ଥିଲେ ବି ଘରୋଇ ବ୍ୟବହାର ନିମନ୍ତେ ଖାଉଟିମାନଙ୍କୁ କିରାସିନି ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରେ ଜିଲ୍ଲାରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର୍‌ ଲେଖାଏ କିରାସିନି ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ଆଜି ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରାସିନିକୁ ଅଣ ରାସନ୍ କାର୍ଡଧାରୀଙ୍କୁ ବିକ୍ରି କରିବା ପାଇଁ ନି‌େର୍ଦ୍ଦଶ ଦିଆଯାଇଛି। କୋଭିଡ୍‌-୧୯ ପରି ଏକ ଅସ୍ବାଭାବିକ ପରିସ୍ଥିତି ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଇଛି, ଯାହା ଦ୍ବାରା କି ରାଜ୍ୟର ୧୭ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। କିରାସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର