ଏଭର ଗ୍ରିନ୍‌ ଫୋରମର ବୈଷୟିକ କନ୍‌କ୍ଲେଭ୍‌

ସୁନିଲ ଷଡ଼ଙ୍ଗୀଙ୍କୁ ଜୀବନ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ଏଭରଗ୍ରିନ ଫୋରମ୍‌ ପକ୍ଷରୁ ଇଂଜିନିୟର୍ସ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ଓଡ଼ିଶା ବୈଷୟିକ କନ୍‌କ୍ଲେଭ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ରାଷ୍ଟ୍ର ବିକାଶରେ ଇଂଜିନିୟରଙ୍କ ଭୂମିିକା ଗୁରୁତ୍ୱପୂର୍ଣ୍ଣ। ଫୋରମର ପ୍ରତିଷ୍ଠାତା ପ୍ରକାଶ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଏସ୍‌ଏନ୍‌ଏଲ୍‌ର ମହାପ୍ରବନ୍ଧକ ଅଭିନ୍ନ କୁମାର ପହି, ଓପେସାର ସାଧାରଣ ସମ୍ପାଦକ ସରୋଜ ସାହୁ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ରାଉରକେଲା ଏନ୍‌ଆଇଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁନିଲ୍‌ କୁମାର ଷଡ଼ଙ୍ଗୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସିଭି ରମଣ କଲେଜକୁ ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ସମ୍ବର୍ଧିିତ କରାଯାଇଥିଲା। କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଇସ୍ରୋର ପୂର୍ବତନ ବୈଜ୍ଞାନିକ ଅଶୋକ ରଥ, ସିଇଟିର ପୂର୍ବତନ ଡିନ୍‌ ବି. ସୀତାରାମ ପାତ୍ର, ଓପିଟିସିଏଲ୍‌ର ବରିଷ୍ଠ ମହାପ୍ରବନ୍ଧକ ଉମାକାନ୍ତ ସାହୁ, ରାଜଧାନୀ ଇଂଜିନିୟରି କଲେଜର ଅଧ୍ୟକ୍ଷ ବିମଳ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଟେକ୍‌ନୋକ୍ରାଟ ସମ୍ମାନ ପ୍ରଦାନ କରାଯାଇଥିଲା। ସରୋଜ ସାହୁ, ଜୟକୃଷ୍ଣ ପାଣିଗ୍ରାହୀ, ମାନସ ସାହୁ, ଶକୁନ୍ତଳା ମହାପାତ୍ର, ନିଷ୍ଟ୍‌ର ଛାତ୍ରୀ ଦିବ୍ୟା ନାୟକ ଓ ଆଇଟିଇଆର୍‌ ଛାତ୍ର ଶିଖର ସିହ୍ନା ପ୍ରଯୁକ୍ତି ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଆୟୋଜିତ ଏକ ମଡେଲ୍‌ ପ୍ରଦର୍ଶନୀକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ ଉଦ୍‌ଘାଟନ କରିଥିଲେ। ବଡ଼ବିଲର ଅତିରିକ୍ତ ଆର୍‌ଟିଓ ମାନସ ରଞ୍ଜନ ସାହୁ, ଓପିଟିସିଲ୍‌ର ଡେପୁଟି ମ୍ୟାନେଜର ପ୍ରଶାନ୍ତ ପୃଷ୍ଟି ଏବଂ ସୁନିଲ୍‌ ପାଣିଗ୍ରାହୀଙ୍କୁ ଓଡ଼ିଶା ଯୁବ ଟେକ୍‌ନୋକ୍ରାଟ ସମ୍ମାନ, ଡି ମିଶ୍ର, ଶକୁନ୍ତଳା ମହାପାତ୍ର ଓ ସଚ୍ଚିନନ୍ଦନ ମହାନ୍ତିଙ୍କୁ ଶ୍ରେଷ୍ଠ ଗବେଷକ ସମ୍ମାନ, ପ୍ରଫେସର ବିକାଶ ପଟ୍ଟନାୟକ ଓ ଜ୍ଞାନ ନାୟକଙ୍କୁ ଶ୍ରେଷ୍ଠ ଡିପ୍ଲୋମା କଲେଜ ଅଧ୍ୟକ୍ଷ ସମ୍ମାନ, ସାଗର ମିଶ୍ର, ବିନୟ ପାଣିଗ୍ରାହୀ, ନୀଳିମା ଶୁକ୍ଲା, ସତ୍ୟବ୍ରତ ଦାସ ଓ ପ୍ରସନ୍ନ ଦୀକ୍ଷିତଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର