ଭୁବନେଶ୍ୱର: ଏଭରେଷ୍ଟ କପ୍ ଫାଇନାଲ ମ୍ୟାଚ୍ରେ ସୁଆଙ୍ଗକୁ ୯୦ ରନ୍ରେ ପରାସ୍ତ କରି ଯଦୁପୁର ଚାମ୍ପିଅନ ହୋଇଛି। ପ୍ରଥମେ ଯଦୁପୁର ବ୍ୟାଟିଂ କରି ୧୯୬ ରନ୍ କରିଥିଲା। ଯୋହେବ ଅଲ୍ଲୀ ୫୦ ରନ୍ କରି କରିଥିଲେ। ଏହାର ଜବାବରେ ସୁଆଙ୍ଗ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦୬ ରନ୍ କରି ଅଲ୍ ଆଉଟ ହୋଇଯାଇଥିଲା।
ସୂର୍ଯ୍ୟକାନ୍ତ ବଡ଼ଜେନା ସର୍ବାଧିକ ୩୨ ରନ୍ କରିଥିଲେ। ଯଦୁପୁରର ଯୀତେନ୍ଦ୍ର ସାହୁ ୩୨ ରନ୍ କରିବା ସହ ୨ଟି ୱିକେଟ୍ ନେଇଥିବାରୁ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମହମ୍ମଦ ତବରେଜ୍ଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା।