ଚନ୍ଦ୍ରଶେଖରପୁର: ଖରାଦିନିଆ ରକ୍ତାଭାବ ଦୂର କରିବାକୁ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ‌ଶ୍ରୀ ପଟ୍ଟନାୟକ କହିଲେ ଖରାଦିନେ ସୃଷ୍ଟି ହେଉଥିବା ରକ୍ତାଭାବ ଦୂର ଦିଗରେ ଏଭଳି ଶିବିର ବହୁତ ମହତ୍ତ୍ବ ର‌ଖେ। ଆଗରୁ ମହିଳାମାନେ ରକ୍ତଦାନ କରିବାକୁ ଭୟ କରୁଥିଲେ। ମାତ୍ର ଏବେ ଅଧିକରୁ ଅଧିକ ସଂଖ୍ୟକ ମହିଳା ଓ ଯୁବତୀମାନେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତିଟି ମଣିଷଙ୍କ ଭିତରେ ରକ୍ତ ତିଆରି କାରଖାନା ରହିଛି। ଏହି ରକ୍ତ କେବେ ନା କେବେ କାହାର କାମରେ ଆସିପାରେ। ତେଣୁ ଈଶ୍ବରଙ୍କ ଆଦେଶ ଭାବି ନିୟମିତ ବ୍ୟବଧାନରେ ରକ୍ତଦାନ କରିବାର ଆବଶ୍ୟକତା ରହିଛି। ତୁମେ ଯେତିକି ରକ୍ତ ଦେଇଥାଅ,  ତାହା ୧୦ ଦିନ ଭିତରେ ଭରଣା ହୋଇଥାଏ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।

Advertisment

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର

ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟିର ଯୁବ ରେଡ୍‌କ୍ରସ୍‌ ଭୁବନେଶ୍ବର ଶାଖାର ପୂର୍ବତନ ସଂଯୋଜକ ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଇଂ. ସରୋଜ କୁମାର ସାହୁ, ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଦାଶ, ‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ, ଶିକ୍ଷାନୁଷ୍ଠାନର ଏମ୍‌ବିଏ ବିଭାଗ ମୁଖ୍ୟ ଡ. ପ୍ରଜ୍ଞା ପାରମିତା ଷଡ଼ଙ୍ଗୀ, ଏମ୍‌ସିଏ ବିଭାଗ ମୁଖ୍ୟ ଅନୁଜ୍ଞା ପ୍ରଭାମଞ୍ଜରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିର ଯୁବ ରେଡ୍‌କ୍ରସ୍‌ କାଉନସିଲ୍‌ର ଜୀତେନ୍ଦୁ ନନ୍ଦ, ଅଧ୍ୟାପିକା କଲ୍ୟାଣୀ ସେନାପତି, ଦ୍ରୌପଦୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ‘ଆମ ଓଡ଼ିଶା’ର ପ୍ରଭଞ୍ଜନ ପାଣିଗ୍ରାହୀ, ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି ଆଞ୍ଚଳିକ ଶାଖା ରକ୍ତ ଭଣ୍ଡାର ସହଯୋଗରେ ଅନୁଷ୍ଠିତ ଏହି ଶିବିରରୁ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଆଞ୍ଚଳିକ ଶାଖାର ମେଡିକାଲ ଅଫିସର ଡା. ରଘୁନାଥ ବେହୁରା, କାଉନସିଲର ଗୁଲସନ୍‌ କୁମାର ଦାସ,, କ୍ବାଲିଟି ମ୍ୟାନେଜର ସୁମିତ୍‌ କୁମାର ମହାରଣା, ଡିଇଓ ଶ୍ରେୟାସ୍ମିତା ରାୟ, ଲାବ୍‌ ଟେକ୍ନିସିଆନ୍‌ ଅମରଜିତ୍‌ ଖିଲାର, ସୌମ୍ୟରଞ୍ଜନ ବେହେରା, ବାବୁଲ ସାହୁ, ଆଶିଷ ଭୋଇ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

ରକ୍ତଦାତା ଜୀବନଦାତା: ପି. ସଞ୍ଜୀବ ରେଡ୍ଡୀ, ନମିତା ଜେନା, ଚିରଞ୍ଜୀବୀ ସ୍ବାଇଁ, ପ୍ରଜ୍ଞା ପ୍ରିୟଦର୍ଶିନୀ, ସୌମ୍ୟରଞ୍ଜନ ବେହୁରା, ଗୋପାଳ ନନ୍ଦନ ଧଳ, ସାଇସ୍ମିତା ଦାଶ, ରାହୁଲ ସାକ୍‌ସେନା, ଯଜ୍ଞେଶ୍ବର ପରିଡ଼ା, ଉଦୀପ୍ତଶେଖର ସାହୁ, ଇସ୍‌ଲାଲ ମୁର୍ମୁ, ଶୁଭକାନ୍ତ ସାହୁ, ସଞ୍ଜନା ମହାରଣା, ପି. ପୂଜା, ରୂଦ୍ର ପ୍ରସାଦ ଦ୍ବିବେଦୀ, ଚନ୍ଦନ ମଲ୍ଲିକ, ଦୀପକ କୁମାର ପ୍ରଧାନ, କୀର୍ତ୍ତନ କୁମାର ସାହୁ, କୋରଡ଼ା ମୋନିକା, ଆର୍ଯ୍ୟଅଭିଷେକ ମହାପାତ୍ର, ସଞ୍ଜନା ସାହୁ, ରଶ୍ମିରଞ୍ଜନ ବିଶ୍ବାଳ, ଶୁଭଶ୍ରୀ ଅର୍ପିତା ସାମଲ, ଶ୍ରଦ୍ଧାସୁମନ୍‌ ସାହୁ, ଲିପୁନ୍‌ ମନ୍ତ୍ରୀ, ଜୀବନଜ୍ୟୋତି ସାହୁ, ଦୀପ୍ତିରଞ୍ଜନ ରଥ, ରଜତ୍‌ କୁମାର ପୃଷ୍ଟି, ସଞ୍ଜୟ କୁମାର ପତି, କମଳାକାନ୍ତ ସାହୁ, ଲିସାରାଣୀ ବେହେରା, ଦ୍ରୌପଦୀ ମିଶ୍ର, ଅଭିଷେକ କୁମାର ସାହୁ, ମାନସ ମିଶ୍ର, ଆଲୋକ ଯତି, ଶାଶ୍ବତ ସାମଲ, ମୃତ୍ୟୁଞ୍ଜୟ ସାମଲ, ସଞ୍ଜିତ କୁମାର ତ୍ରିପାଠୀ, ଆଶିଷ ମହାନ୍ତି, ସୁଜାତା ମଲ୍ଲିକ, ସନ୍ଧ୍ୟାଦର୍ଶନ ଦାସ, ଅଭିଷେକ ନାୟକ, ଶିବପ୍ରସାଦ ନାୟକ, ସତ୍ୟଜିତ ଦାଶ, ସତୀଶ ସେନାପତି, ଚନ୍ଦ୍ରଶେଖର ଦୋରା, ନମିତା ଜେନା, ସୁଜ୍ଞାନୀ ଜେନା, ସନ୍ଧ୍ୟାରାଣୀ ବେହେରା।