ନୀହାରିକା ଆପାର୍ଟମେଣ୍ଟ : ନୀହାରିକା ଆପାର୍ଟମେଣ୍ଟର ଚିତ୍ତବିନୋଦନ କେନ୍ଦ୍ର ପକ୍ଷରୁ ‘ଉତ୍କଳ ଦିବସ’ ପାଳିତ ହୋଇଛି। ଏଥିରେ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଅନୁଷ୍ଠାନର ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବତି କରିବା ଦିଗରେ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ତ୍ରୟମାସିକ ପତ୍ରିକା ‘ବରିଷ୍ଠ ବାଣୀ’ ଲୋକାର୍ପିତ ହୋଇଥିଲା। କୃପାସିନ୍ଧୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଉଦୟନାଥ ସାହୁ, ସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ସୀତାନାଥ ସାହୁ, ଉପଦେଷ୍ଟା ବସନ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ନରେନ୍ଦ୍ର କିଶୋର ମିଶ୍ର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତି, ପତ୍ରିକା ସମ୍ପାଦକ ପ୍ରଫୁଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

ଆଇଡିଆଲ୍ ପ୍ଲାଜା: ଶୈଳଶ୍ରୀବିହାରସ୍ଥିତ ଆଇଡିଆଲ୍ ପ୍ଲାଜା ଆପାର୍ଟମେଣ୍ଟ୍‌ରେ ଆୟୋଜିତ ‘ଉତ୍କଳ ଦିବସ’ରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଯୁକ୍ତା ଖୁଣ୍ଟିଆ, ରଶ୍ମିବାଳା ସ୍ବାଇଁ, ସସ୍ମିତା ବେହେରା, ନିର୍ଲିପ୍ତା ନାୟକ, ଲିକାଞ୍ଜଳି ମହାପାତ୍ର, ଜୟଶ୍ରୀ ସୁଣ୍ଢୀ, ପୁଷ୍ପଲତା ସାହୁ, ରିହାନା ସହିଦ ଓ ମଧୁମିତା ପ୍ରମୁଖ ପରିଚାଳନା କରିଥିଲେ।

ବିଜେଡି ସାଂସ୍କୃତିକ ସମନ୍ବୟ: ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସମାରୋହରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ, ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ବିଜେଡି ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟ, ସଂଯୋଜକ ସତ୍ୟବ୍ରତ ଜେନା, ମିହିର ପଟ୍ଟନାୟକ, ଜୀବନ ଦୀକ୍ଷିତ, ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

ନା‌ଗେଶ୍ବରଟାଙ୍ଗୀ: ନାଗେଶ୍ବର ଟାଙ୍ଗୀ ହାଉସିଂବୋର୍ଡ କଲୋନି ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସମାରୋହରେ ସ୍ଥାନୀୟ କର୍ପୋରେଟର ନୃପେଶ ନାୟକ, କମଳାକାନ୍ତ ସେନାପତି, ଅମରେଶ୍ବର ମିଶ୍ର, ସୁଧୀର ମହାନ୍ତି, ରମେଶଚନ୍ଦ୍ର ପ୍ରଧାନ, ହରେକୃଷ୍ଣ ମହାନ୍ତି, ସଞ୍ଜୀବ ମିଶ୍ର, ଶ୍ୟାମସୁନ୍ଦର ମହାପାତ୍ର, ଚିନ୍ମୟ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଦିବ୍ୟାଙ୍ଗ ପ୍ରତିଭାଙ୍କୁ ଜଜବା ସମ୍ମାନ: ଉତ୍କଳ ଦିବସ ଅବସରରେ ପଟିଆସ୍ଥିତ ଜଜବା ମୁଖ୍ୟାଳୟରେ ୫୦ରୁ ଅଧିକ ଭିନ୍ନକ୍ଷମ ପ୍ରତିଭାଙ୍କୁ ଜଜବା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଜଜବାର ଅଧ୍ୟକ୍ଷ ସଫଦର୍ ହାସିମ୍‌ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଠାଣି ସାମନ୍ତ ପ୍ଲାନେଟରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ମୁଖ୍ୟଅତିଥି, ସମାଜସେବୀ ଅନୁରାଧା ଦାଶ, ମାଙ୍ଗଳିକା ମହାପାତ୍ର, ଲିନା ନନ୍ଦିତା ପରିଡ଼ା, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅନୁଶାସନ ସଚିବ ସନ୍ନ୍ୟାସୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ। ଶେଷରେ ଜଜବାର ମୁଖପାତ୍ର ଅଫରିନ୍‌ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମରେ ଅଭିନେତା ବାବୁ ରାଜା, ବିଭୁଦତ୍ତ ଦାସ, ଶିଳ୍ପା ପ୍ରମୁଖ ସହଯୋଗ କରିଥିଲେ।

publive-image

ଜୟ ଜଗନ୍ନାଥ ପରିବାର: ଜୟ ଜଗନ୍ନାଥ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ମୁଖ୍ୟ ସଂଯୋଜକ ଭଗବାନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନଜୀବୀ ସମରେନ୍ଦ୍ର ସାହୁ, ସାରଦା ପ୍ରସନ୍ନ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ମାନସ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜଳଛତ୍ର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛବିନ୍ଦ୍ର ବେହେରା, ରାମଚନ୍ଦ୍ର ନାୟକ, ମହେଶ୍ୱର ବାରିକ, ଅକ୍ଷୟ ନାୟକ, ଅନିରୁଦ୍ଧ ଲେଙ୍କା, ଲକ୍ଷ୍ମଣ ସାହୁ, ଆଶିଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କଲୋନି ଛକରେ ଏକ ଜଳଛତ୍ର ଉଦ୍‌ଘାଟନ ହୋଇଥିଲା।