ଭୁବନେଶ୍ୱର : ସହରର ୩ଟି ସ୍ଥାନରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ସେଣ୍ଟ୍ରାଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ମନିଟରିଂ କମିଟି (ସିଇଏମ୍‌ସି) ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସହରର ୩ଟି ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଛି। କଳ୍ପନା ଛକରୁ ରବି ଟକିଜ୍‌ ଛକ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ୧୩ଟି କ୍ୟାବିନ୍‌, ୯ଟି ଫାଷ୍ଟ୍‌ଫୁଡ୍‌ ଟ୍ରଲି, ୨ଟି ହୋଟେଲ୍‌ ଓ ଗୋଟିଏ ଲସି ଦୋକାନ ହଟାଯାଇଛି। ଏକ ଏକ୍ସକାଭେଟର୍‌ ଯୋଗେ ଏହି ଅସ୍ଥାୟୀ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି। ବିଡିଏ, ବିଏମ୍‌ସି ଓ ବଡ଼ଗଡ଼ ଥାନାର ମିଳିତ ସହଯୋଗରେ ହୋଇଥିବା ଏହି ଉଚ୍ଛେଦ ଅଭିଯାନରେ ବିଡିଏର ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ପ୍ରମୋଦ କୁମାର ପାତ୍ର, ବିଡିଏର ଲିଆସନ୍‌ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ବଡ଼ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ, ୧ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ସମେତ ‌ମହିଳା ପୁଲିସ୍‌, ବିଡିଏ ୧ ଓ ୨ର ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ଏବଂ ବିଏମ୍‌ସି ଦକ୍ଷିଣ ଜୋନ୍‌ର ସ୍କ୍ବାଡ୍‌ ସାମିଲ୍‌ ହୋଇଥିଲେ। ପରେ ଭଗବାନପୁର ମୌଜାସ୍ଥିତ ବିଡିଏ କଳିଙ୍ଗ ନଗର ସ୍କିମ୍‌ ଅଧୀନ‌ରେ ଆସୁଥିବା ଜାତୀୟ ରାଜପଥ ୧୬ରୁ କେ୯ ବି ପର୍ଯ୍ୟନ୍ତ ଥିବା ବେଆଇନ ଜବରଦଖଲ ହଟାଯାଇଛି। ପାତ୍ରପଡ଼ାସ୍ଥିତ ଆଇନକ୍ସ ସମ୍ମୁଖରୁ ମଧ୍ୟ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଏଥିରେ ୬ଟି ଆଜବେଷ୍ଟସ ଘର ସହ ୭ଟି ବାଉଁଶ ଓ ପଲିଥିନ୍‌ବନ୍ଧା ସେଡ୍‌, ୧୨ଟି କ୍ୟାବିନ୍‌, ୫ଟି ଫାଷ୍ଟଫୁଡ୍‌ ଦୋକାନ, ୬୦ ଫୁଟ୍‌ର ୬ଟି ବାଉଣ୍ଡରି କାନ୍ଥ, ୬୦୦ ବର୍ଗଫୁଟ୍‌ର ୩ଟି ଲନ୍‌ ଓ ୨ଟି ଟିଣ ଘର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା।

ସମ୍ବନ୍ଧିତ ଖବର