ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ଷ୍ଟେଜ୍‌-୧ରେ ଉଚ୍ଛେଦ

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ଷ୍ଟେଜ୍‌-୧ ଅଞ୍ଚଳରେ ଆଜି ଉଚ୍ଛେଦ କରାଯାଇଛି। ରାସ୍ତା ଓ କଞ୍ଜରଭେନ୍‌ସି ଲେନ୍‌ ଉପରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣଗୁଡ଼ିକୁ ଉଚ୍ଛେଦକାରୀ ଦଳ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏଥିରେ ଗୋଟିଏ ଆଜବେଷ୍ଟସ୍‌ ଘର, ୨ଟି ଲୁହା ଗେଟ୍ ଓ ୩ଟି କାନ୍ଥକୁ ଭାଙ୍ଗା ଯାଇଛି। ଗୋଟିଏ ବୁଲଡୋଜର୍‌ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅଘଟଣ ପାଇଁ ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର