ସାଇକେଲ ଟ୍ରାକ୍ ଜବରଦଖଲ ଉ‌ଚ୍ଛେଦ ଆରମ୍ଭ : ଏକାଧିକ ଦୋକାନ ହଟିଲା, ୧୦ ହଜାର ଜରିମାନା ଆଦାୟ

ଭୁବନେଶ୍ୱର : ସାଇକେଲ ଟ୍ରାକ୍‌କୁ ଜବରଦଖଲ କରିଥିବା ଦୋକାନଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଛି। ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟସିଟି ଲିମଟେଡ୍‌ର ମିଳିତ ଉଦ୍ୟମରେ ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି। ଉଚ୍ଛେଦରେ ୫ଟି ଫଳ ଦୋକାନ ସମେତ ଜଳଖିଆ ଦୋକାନ, ଗୋଟିଏ କାର ଓ ଗୋଟିଏ ପ୍ରଦୂଷଣ ପରୀକ୍ଷା ଯାନକୁ ହଟାଇ ଦିଆଯାଇଛି। ନିର୍ମାଣ ଓ ଭଗ୍ନାବଶେଷ, ବର୍ଜ୍ୟବସ୍ତୁ ରାସ୍ତା କଡ଼ରେ ଜମା କରିବା କାରଣରୁ ୧୦ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାଇକେଲଗିରିକୁ ଆଗେଇ ନେବା, ସାଇକେଲ ଟ୍ରାକ୍‌କୁ ସୁରକ୍ଷା ଓ ଭୁବନେଶ୍ବରକୁ ପରିବେଶ ଅନୁକୂଳ ରଖିବା ଲାଗି ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିବ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର