ଭୁବନେଶ୍ବର: ବିଜେପି ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଜଟଣୀ, ଏକାମ୍ର, ମଧ୍ୟ ଭୁବନେଶ୍ବର, ଉତ୍ତର ଭୁବନେଶ୍ବର ଓ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ୍ ଥିବା ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା। ଭାରତୀୟ ଜନ ପ୍ରତିନିଧି ଆଇନ୍ ୧୯୫୦ର ଧାରା ୪୯-ଟି ଅନୁସାରେ ଏହା ବେଆଇନ୍। ଜିଲ୍ଲା ପ୍ରଶାସନର ଏଭଳି ବେଆଇନ୍ କାମ ସନ୍ଦେହ ସୃଷ୍ଟି କରୁଛି ବୋଲି ଆଜି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପ୍ରଶାସନ ମେ ୭ ତାରିଖରେ ଚିଠି ଜାରି କରି ତରବରିଆଭାବେ ମେ ୮ ତାରିଖରେ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଖୋଲିଥିଲା। ଚିଠି ଜାରି କରିବାର ମାତ୍ର କେଇ ଘଣ୍ଟା ଭିତରେ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଖୋଲିବା ପଛରେ କିଛି ମନ୍ଦ ଉେଦ୍ଦଶ୍ୟ ରହିଛି ବୋଲି ସନ୍ଦେହ ସୃଷ୍ଟି କରୁଛି। ଶାସକ ଦଳର ପରାଜୟ ସୁନିଶ୍ଚିତ ଥିବାରୁ ଜିଲ୍ଲା ପ୍ରଶାସନ ଇଭିଏମ୍ ଟାମ୍ପରିଂ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ନିୟମାନୁସାରେ ଷ୍ଟ୍ରଙ୍ଗରୁମ୍ ଖୋଲିବା ପୂର୍ବରୁ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ଆଗୁଆ ସୂଚନା ଦିଆଯିବା କଥା, ମାତ୍ର ଜିଲ୍ଲା ପ୍ରଶାସନ ଏଭଳି ନକରିବା ଏକ ବଡ଼ ପ୍ରଶ୍ନ ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରି ଜିଲ୍ଲା ପ୍ରାାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ବିଜେପି ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ଖୋଲା ଯାଇଥିଲା ଇଭିଏମ୍ ଷ୍ଟ୍ରଙ୍ଗରୁମ୍