ଭୁବନେଶ୍ବର: କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ପୁଅ ରତିକାନ୍ତ ଦାସଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ହୋଇଥିବା ଠକେଇ ଅଭିଯୋଗକୁ ନେଇ ଆଜି ଦିନତମାମ ରାଜଧାନୀରେ ବେଶ୍ ଚର୍ଚ୍ଚା ହୋଇଥିଲା। ଚେକ୍‌ ବାଉନ୍‌ସ ମାମଲାରେ ପୁଲିସ ରତିକାନ୍ତଙ୍କୁ ଥାନାକୁ ଡାକିବା ପରେ ଫଳାଫଳକୁ ନେଇ ଉତ୍ସୁକତା ବଢ଼ିଥିଲା। କିନ୍ତୁ ଶେଷରେ ଅଭିଯୋଗକାରୀ ଓ ରତିକାନ୍ତଙ୍କ ମଧ୍ୟରେ ଆପୋସ ବୁଝାମଣା ହେବାରୁ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ଅଭିଯୋଗକାରୀ ଦେବେନ୍ଦ୍ର ପ୍ରସାଦ ନାହାକ ଓ ରତିକାନ୍ତ ମିଶି ଠିକା କାମ କରୁଥିଲେ।

Advertisment

ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ରତିକାନ୍ତ ବଳପୂର୍ବକ ସେମାନଙ୍କ ଅଫିସ୍‌ରୁ କେତେକ ଆସବାବପତ୍ର ନେଇଯାଇଥିଲେ। ସେସବୁର ମୂଲ୍ୟ ସାଢ଼େ ୧୮ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ରତିକାନ୍ତ ୧୮ ଲକ୍ଷ ଟଙ୍କା ଫେରାଇଦେବାକୁ କହିଥିଲେ। ଏଥିପାଇଁ ସେ ସାଢ଼େ ୧୮ଲକ୍ଷ ଟଙ୍କାର ୩ଟି ଚେକ୍‌ ‌ଦେଇଥିଲେ। ହେଲେ ପରେ ଚେକ୍‌ଗୁଡ଼ିକ ବାଉନ୍‌ସ ହୋଇଥିଲା। ଦେବେନ୍ଦ୍ର ଟଙ୍କା ମାଗିବାରୁ ରତିକାନ୍ତ ପାଲଟା ଧମକଚମକ ଦେବାରୁ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।