ଶୁକଶାରି ମନ୍ଦିର ନିକଟରେ ଖନନ: ବାହାରିଲା ଆକର୍ଷଣୀୟ କାରୁକାର୍ଯ୍ୟ, ମନ୍ଦିର ଚଟାଣ

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ମନ୍ଦିରର ଚଟାଣ ବାହରିବା ସହ ଆକର୍ଷଣୀୟ କାରୁକାର୍ଯ୍ୟ ଦେଖିବାକୁ ମିଳିଛି। ଏହା ଏକ ପୁରାତନ ମନ୍ଦିରର ଜଗମୋହନ ଅଂଶ ବୋଲି ପ୍ରତ୍ନତତ୍ତ୍ବବିତ୍‌ କହିଛନ୍ତି।

ଏଏସ୍ଆଇ ପକ୍ଷରୁ ଖନନ ବେଳେ ଏହି ପୁରାତନ ମନ୍ଦିରର ଚଟାଣ ପୋତି ହୋଇଥିବା ଦେଖିବାକୁ ମଳିଛି। ଏହା ୬ଷ୍ଠ ଶତାବ୍ଦୀର ପୁରାତନ ମନ୍ଦିର ଓ ଏହି ପଥର ପୁରାତନ ମନ୍ଦିରର ଜଗମୋହନ କିମ୍ବା ମୁଖଶାଳା ବୋଲି ଅନୁମାନ କରାଯାଉଥିବା ପ୍ରତ୍ନତତ୍ତ୍ବବିତ୍‌ ପି. କେ ନାୟକ କହିଛନ୍ତି। ଶ୍ରୀ ନାୟକଙ୍କ କହିବା ଅନୁଯାୟୀ ଏଠାରେ ପ୍ରତିଦିନ ଖନନ ବେଳେ କିଛି ପୁରାତନ ମନ୍ଦିରର ଅଂଶ ବାହାରୁଛି।

ସମ୍ବନ୍ଧିତ ଖବର