ଭୁବନେଶ୍ବର : କମିସନରେଟ ପୁଲିସରେ ସୋମବାର ଛୋଟ ଧରଣର ଅଦଳବଦଳ ହୋଇଛି। ୧୧ ଜଣ ପୁଲିସ ଅଧିକାରୀଙ୍କର ଅଦଳବଦଳ ହୋଇଥିବା ନେଇ କମିସନରେଟ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଭୁବନେଶ୍ବରର ୩ ଓ କଟକର ୪ ଥାନାର ନୂଆ ଆଇଆଇସି ନିଯୁକ୍ତ ହୋଇଛନ୍ତି। ସେମାନଙ୍କୁ କାର୍ଯ୍ୟରେ ଖୁବଶୀଘ୍ର ଯୋଗ ଦେବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2021/06/cco.jpg)
ଟ୍ରାଫିକ ଆଇଆଇସିଙ୍କ ଅଚାନକ ବଦଳିକୁ ନେଇ ଚର୍ଚ୍ଚା
ଭୁବନେଶ୍ବର : ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୋମବାର ଇନ୍ସପେକ୍ଟର ପାହ୍ୟାର ୪ଜଣ ଅଧିକାରୀଙ୍କର ଅଦଳବଦଳ ହୋଇଛି। ଏମାନଙ୍କ ଭିତରେ ଭୁବନେଶ୍ବର ଟ୍ରାଫିକ ଥାନା-୨ର ଆଇଆଇସି ଅଞ୍ଜଳି ଛୋଟରାୟ ରହିଛନ୍ତି। ଅଚାନକ୍ ଅଞ୍ଜଳିଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। କାହିଁକି, କ’ଣ ପାଇଁ ବଦଳି ହେଲା, ତା’ର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଗତକାଲି ସନ୍ଧ୍ୟାରେ ଫାୟାର ଷ୍ଟେସନ୍ ଛକରେ ମଦ୍ୟପାନ କରି କୋଭିଡ୍ କଟକଣାକୁ ଉଲ୍ଲଂଘନ କରି ବୁଲୁଥିବା ଯୁବକ ଜୀବନଜ୍ୟୋତି ମଲ୍ଲିକ ଧରାପଡ଼ିଥିଲା। ସେ ମିଛରେ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇଥିଲା। ସେଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଘଟଣା ସମ୍ପର୍କରେ ଟିଭି ଚ୍ୟାନେଲରେ ପ୍ରତିକ୍ରିୟା ରଖିଥିଲେ। ସମ୍ପୃକ୍ତ ମହିଳା କନଷ୍ଟେବଳ ଟ୍ରାଫିକ ଥାନା-୨ରେ କାର୍ଯ୍ୟରତ। ତେଣୁ ସେ କାହିଁକି ପ୍ରତିକ୍ରିୟା ଦେଲେ, ତାକୁ ନେଇ ବରିଷ୍ଠ ଅଧିକାରୀ ଦିନବେଳା ତାଗିଦ୍ କରିଥିଲେ। ସନ୍ଧ୍ୟାରେ ଅଚାନକ୍ ସେହି ଥାନାର ଆଇଆଇସି ଅଞ୍ଜଳିଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Commissionerate-Police.jpg)