ମଇଁଷିଖାଲ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ବର: ଆଜି ପ୍ରବଳ ଉତ୍ତେଜନା ମଧ୍ୟରେ ମଇଁଷିଖାଲ ବସ୍ତିର କିଛି ଅଂଶ ଉଚ୍ଛେଦ କରାଯାଇଛି। ଦୟା ୱେଷ୍ଟ କେନାଲ ବନ୍ଧ ଉପରେ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଆଜି ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ କରାଯା‌ଇଛି। ବିଏମ୍‌ସି ପକ୍ଷରୁ ଘର ମିଳିନଥିବା ଲୋକମାନଙ୍କର ଘର ଭାଙ୍ଗି ଦିଆଯାଇଥିବାରୁ ଲୋକେ ଉଚ୍ଛେଦକୁ ବିରୋଧ କରିଥିଲେ। ଥଇଥାନ ନ କରି ଲୋକଙ୍କୁ କରୋନା ସଂକଟ ବେଳେ ବେଘର କରାଯାଇଥିବାରୁ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେପି ନେତା ବାବୁ ସିଂଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ସେଠାରେ ପହଞ୍ଚି ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଘର ଭାଙ୍ଗିବାକୁ ଦାବି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଘର ପାଇନଥିବା ଲୋକମାନଙ୍କୁ ଶୀଘ୍ର ଘର ଯୋଗାଇ ଦେବାକୁ ଦାବି କରିଥିଲେ। ଏହା ପରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ପୁଣି ଉଚ୍ଛେଦ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର