ଭୁବନେଶ୍ବର : ଖାରବେଳନଗର ଥାନା ଅନ୍ତର୍ଗତ ଜନପଥ ରୋଡ୍ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ବିଏମ୍ସି ଦ୍ବାରା ନିଯୁକ୍ତ କିନ୍ନର ଓ ଜଣେ ଗାଡ଼ି ମାଲିକଙ୍କ ମଧ୍ୟରେ ବଚସା ହୋଇଛି। ବିଏମ୍ସିର ସେନ୍ସର୍ ନିୟମ ଅନୁସାରେ ରାସ୍ତା ଉପରେ ଗାଡ଼ି ରଖିଲେ ଫି’ ଦେବାକୁ ପଡ଼ିବ। ତେବେ ଜନପଥର ଉକ୍ତ ଅଞ୍ଚଳରେ ଘର ମାଲିକ ନିଜ ଘର ସମ୍ମୁଖ ରାସ୍ତାରୁ କିଛି ଦୂରରେ କାର୍ ରଖୁଥିଲେ। ତେଣୁ କିନ୍ନର ଜଣକ ତାଙ୍କୁ କାର୍ ପାର୍କିଂ ବାବଦକୁ ଫି’ ଦେବାକୁ କହିବାରୁ ସେ ତାଙ୍କ ଘର ଆଗରେ ଗାଡ଼ି ରଖିଲେ ଟଙ୍କା କାହିଁକି ଦେବେ କହି ଯୁକ୍ତି କରିଥିଲେ। ଏହା ପରେ ପୁଲିସ ଆସି ଘଟଣାର ସମାଧାନ କରିଥିଲା। ଗାଡ଼ି ପାର୍କିଂ ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗା ସ୍ଥିର କରିବା ସହିତ ପୂର୍ବରୁ ନିୟମାନୁଯାୟୀ ପାର୍କିଂ ଫି ଦେବାକୁ କହିଥିଲା।
ଜନପଥରେ ପାର୍କିଂକୁ ନେଇ ଉତ୍ତେଜନା
/sambad/media/post_attachments/wp-content/uploads/2021/09/m1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)