ଭୁବନେଶ୍ବର: ଗତ କିଛି ଦିନ ହେବ ସଭିଙ୍କ ପାଟିରେ ଗୋଟାଏ ନାଁ। ସେ ହେଉଛି ଅର୍ଚ୍ଚନା ନାଗ। ତାହା କୌଣସି ଭଲ କାମ କରିିଥିବା ହେତୁ ନୁହେଁ, ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ପୁଲିସ ହେପାଜତରେ ଥିବା ଏହି ଯୁବତୀଙ୍କୁ ଆପଣ ଜାଣନ୍ତି । ହେଲେ ସେ କେମିତି ହନିଟ୍ରାପରେ ବଡବଡିଆଙ୍କୁ ଫସାଉଥିଲା, ତାର ପ୍ରମାଣ ଏବେ ମିଳିସାରିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ବିରୋଧରେ ଥାନାରେ ଦେଇଥିବା ଏତଲାର ଏକ୍ସକ୍ଲୁସିଭ କପି ଆମ ହାତରେ ଲାଗିଛି । ଏହି କପିରେ ରହିଛି କିଭଳି ଅକ୍ଷୟ ପରିଜାଙ୍କୁ ହନିଟ୍ରାପରେ ଫଶାଇବା ପରେ ବ୍ଲାକମେଲ୍ କରି ତାଙ୍କ ଠାରୁ ୩ କୋଟି ଟଙ୍କା ଆଦାୟ ପାଇଁ ଷଡ଼ଯନ୍ତ୍ର କରିଥିଲା ଅର୍ଚ୍ଚନା ନାଗ ।

Advertisment

କେମିତି ନାଗଫାଶରେ ପକାଉଥିଲା ଅର୍ଚ୍ଚନା ?

– ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍।
– ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲା।
– ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା।
– ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା।
– ନହେଲେ ସମ୍ମାନହାନୀ କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା।
– ସମ୍ମାନହାନୀ ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା।
– ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା।
– ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା।
– ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା।
– ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ସେ ନିଜ ଆଡୁ ତଦନ୍ତ କରିଥିଲେ।
– ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ପାଇଲେ।
– ପୂର୍ବରୁ ମଧ୍ୟ ବ୍ଲାକମେଲ୍ କରିବା ଉଦ୍ଦେଶ୍ୟରେ ଅର୍ଚ୍ଚନା ଓ ଯୁବତୀ ମିଶି ଅନେକ ଷଡଯନ୍ତ୍ର କରିଛନ୍ତି।