ଚନ୍ଦ୍ରଶେଖରପୁର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ବୁଦ୍ଧ ଆର୍ଟ ଗ୍ୟାଲେରି ପରିସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଧାରିତ ଚିତ୍ରଗୁଡ଼ିକ ଏଠାରେ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ଼. ସୁରେଶ ଚନ୍ଦ୍ର ଦଳାଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ବିଭାଗର ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ, ଅତିରିକ୍ତ ଶାସନ ସଚିବ ତଥା ଏକାଡେମିର ଓଏସ୍ଡି ମନସ୍ଵିନୀ ସାହୁ ଓ ଏକାଡେମିର ସଚିବ ପଞ୍ଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀଟି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ଦିନ ଦିନ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ।
ଓଡ଼ିଶା ଲଳିତ କଳା ଏକାଡେମି ତରଫରୁ ଚିତ୍ରକଳା ପ୍ରଦର୍ଶନୀ
/sambad/media/post_attachments/wp-content/uploads/2021/10/m1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)