ପୁରୁଣା ଭୁବନେଶ୍ୱର: ଘରେ ପଶି କେବଳ ଦାମୀ ସାଇକେଲ୍ ଚୋରି କରୁଥିବା ଅଭିଯୋଗରେ ଏୟାର୍ପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଅଭିରାମ ବସ୍ତିର ବିକାଶ ନାୟକ(୨୦) ଓରଫ୍ ଜଟିଆ। ପୁଲିସ ସୂଚନା ଅନୁଯାୟୀ ପୋଖରିପୁଟ ଅଞ୍ଚଳର ଗିରିଶଚନ୍ଦ୍ର ମିଶ୍ର ଓ ସୁବ୍ରତ କୁମାର ସାବତଙ୍କ ଦୁଇଟି ଦାମୀ ସାଇକେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରିବାକୁ ଯାଇ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କଲା। ଲିଙ୍ଗରାଜ ରେଲୱେ ଷ୍ଟେସନ୍ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଜଟିଆ ଦାମୀ ସାଇକେଲ ଚଢ଼ି ଯାଉଥିବାର ଦୃଶ୍ୟ କଏଦ ହୋଇଥିବା ଦେଖାଯାଇଥିଲା। ପୁଲିସ ଜଟିଆକୁ ଉଠାଇବା ପରେ ତା’ ନିକଟରୁ ଦୁଇଟିଯାକ ସାଇକେଲ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଥିଲା।
ଦାମୀ ସାଇକେଲ ଚୋରି, ଯୁବକ ଗିରଫ
/sambad/media/post_attachments/wp-content/uploads/2021/09/gd5j46g5d4j56g4dj4gdj564gdj1jgd1j3gdj123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)