ଏସ୍‌ପ୍ଲାନେଡ ଛକ ସମସ୍ୟା : ରେଳ ଲାଇନ କଡ଼ରେ କଟକରୋଡକୁ ଯିବ ଗାଡ଼ି

ଉଚ୍ଛେଦ ହେବ ବସ୍ତି, ଲାଗିଲା ସାଇନଏଜ୍‌, ରଙ୍ଗରୁଟରେ ଗଲେ ୫ଶହ ଜରିମାନା

ଭୁବନେଶ୍ବର : ବେଳକୁ ବେଳ ଏସ୍‌ପ୍ଲା‌ନେଡ ଛକର ସମସ୍ୟା ବଢ଼ି ବଢ଼ି ଚାଲିଛି। ବମିଖାଲ ଛକ ପଟୁ ଆସୁଥିବା ଗାଡ଼ି ମୋଟର ରସୁଲଗଡ଼ ଯିବା ପାଇଁ ଦୀର୍ଘ ସମୟ ଧରି ଜାମ୍‌ ମଧ୍ୟରେ ଫସି ରହୁଛନ୍ତି। ସଂଧ୍ୟା ସମୟରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ନା ଟ୍ରାଫିକ ପୁଲିସ ନା ଏସ୍‌ପ୍ଲାନେଡ କର୍ତୃପକ୍ଷ କେହି ବି ଏ ଦିଗରେ ଚିନ୍ତା କରୁନାହାନ୍ତି। କେତେବେଳ କେମିତି ଟ୍ରାଫିକ ପୁଲିସ ଆସି ଠିଆ ହୋଇ ସିଗ୍‌ନାଲ ଦେଉଛି। କିନ୍ତୁ ସେହି ଛକଟି ଏଭଳି ଢ଼ଙ୍ଗରେ ଅବ୍ୟବସ୍ଥିତ ହୋଇଛି ଯେ ସମସ୍ୟା ସମାଧାନ ହେବ କ’ଣ ବରଂ ବଢ଼ି ବଢ଼ି ଚାଲିଛି। ଯିଏ ଯେଉଁଠି ପାରିଲା, ଗାଡ଼ି ପାର୍କ କରୁଛି। ଛକରେ ଉଠା ଦୋକାନୀଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି। ଛକରେ କିଏ କୁଆଡ଼େ ଯାଉଛି, କିଛି ଜଣାପଡ଼ୁନି। ବେଳେ ବେଳେ ସିକ୍ୟୁରିଟି ଗାର୍ଡ ଏହି ଛକର ଟ୍ରାଫିକ ପରିଚଳାନା ଦାୟିତ୍ବ ତୁଲାଉଛନ୍ତି। ଏହାକୁ ନେଇ ରସୁଲଗଡ଼ ଶିଳ୍ପାଞ୍ଚଳ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।

ଏଭଳି ସମୟରେ କିସନରେଟ ପୁଲିସ ପକ୍ଷରୁ କେତେକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏଣିକି ରସୁଲଗଡ଼ ପଟୁ କୌଣସି ଗାଡ଼ି ମୋଟର ବମିଖାଲ ଫ୍ଲାଏ ଓଭର ଦେଇ ସହିଦନଗର ଆଡ଼କୁ ଯାଇ ପାରିବ ନାହିଁ। ଆଜି କମିସନରେଟ ପୁଲିସ ପକ୍ଷରୁ ସେଠାରେ ଏକ ସାଇନଏଜ ଲାଗିଛି। ଯଦି କେହି ଯିବ କମିସନରଟ ପୁଲିସ ପକ୍ଷରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଛକରୁ ଟ୍ରାଫିକ ସମସ୍ୟା କମ୍ କରିବାକୁ ଆଉ ଏକ ଗୁରତ୍ବପୂର୍ଣ୍ଣ ଯୋଜନା କରିଛି କମିସନରେଟ ପୁଲିସ। ଏସ୍‌ପ୍ଲାନେଡର ପାର୍କିଂରୁ ବାହାରୁ ଥିବା କାର୍ ଓ ବାଇକ୍‌ ଏଣିକି ସିଧା ସଳଖ କଟକରୋଡକୁ ନ ଆସି ବାମ ପଟକୁ ଯାଇ ରେଳ ଲାଇନ କଡ଼େ କଡ଼େ ବମିଖାଲ ଓଭରବ୍ରିଜ ତଳ ହୋଇ କଟକରୋଡରେ ମିଶିବେ। ଏଥିପାଇଁ ଏସ୍‌ପ୍ଲାନେଡ‌ ପାଖରେ ଥିବା ବସ୍ତି ଓ ରେଳ ଲାଇନ କଡ଼ରେ ଥିବା ବସ୍ତିକୁ ଉଚ୍ଛେଦ କରାଯିବ। ଏନେଇ କମିସନରେଟ ପୁଲିସ ପକ୍ଷରୁ ଏକ ଚିଠି ବିଏମ୍‌ସି, ବିଡିଏ ଓ ଇଡ୍‌କୋକୁ ପ୍ରଦାନ କରାଯାଇଛି। ଖୁବ୍ ଶୀଘ୍ର ଏହା ପାଳନ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଏହି ମଲ୍‌ ଏବେ ରାଜଧାନୀବାସୀଙ୍କ ସମେତ ଅନେକଙ୍କୁ ଏଠାରେ ସପି˚ କରିବାକୁ ଆକର୍ଷିତ କରୁଛି। ଫଳରେ ଏହି ମଲ୍‌କୁ ଦୈନନ୍ଦିନ ଶହଶହ ସ˚ଖ୍ୟାରେ ଗାଡ଼ି ମୋଟର ଆସୁଛି। ସପି˚ ମଲ୍‌ର ସମ୍ମୁଖ ରାସ୍ତାଟି ଅତ୍ୟନ୍ତ ସ˚କୀର୍ଣ୍ଣ। ବମିଖାଲ ଓଭରବ୍ରିଜର ଶେଷ ଭାଗ ମଧୢ ସେହି ସ୍ଥାନରେ। ସାମାନ୍ୟ ବର୍ଷାରେ ସେଠାରେ ଆଣ୍ଠୁଏ ପାଣି ଜମା ହୋଇଥାଏ। ମଲ୍‌ ଖୋଲିବା ପରେ ଏବେ ସେହି ରାସ୍ତାରେ ହଠାତ୍‌ ଉଠା ଦୋକାନ ସଂଖ୍ୟା ବଢ଼ି ଯାଇଛି। ଅନେକ ଅଟୋ ସେଠାରେ ପାର୍କି˚ କରିବା ଆରମ୍ଭ କରିଛନ୍ତି। ଯେଉଁଥି ପାଇଁ ସେଠାରେ ପ୍ରବଳ ଗହଳି ହେଉଛି। ସ˚ଧ୍ୟାରେ ପରିସ୍ଥିତି ଜଟିଳ ହୋଇପଡ଼ୁଛି। ମଲ୍‌ ଖୋଲିବାର ଦୁଇ ଦିନ ପର୍ଯ୍ୟନ୍ତ ଟ୍ରାଫିକ୍‌ ପୁଲିସର ଜଣେ ଅଧିକାରୀ ଓ ଦୁଇଜଣ କନଷ୍ଟେବଳ ନିୟୋଜିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରାଫିକ୍‌ ପୁଲିସ ସେଠାରୁ ହଠାତ୍‌ ଗାଏବ ହୋଇ ଯାଉଛନ୍ତି, ପୁଣି କେତେବେଳେ ଆସି ଫାଇନ ଆଦାୟ କରୁଛନ୍ତି। ଏଥିପାଇଁ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ସାଧାରଣ ଲୋକ ଓ ସ୍ଥାନୀୟ ବାସିନ୍ଦା ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବମିଖାଲରୁ ରସୁଲଗଡ଼ ଛକକୁ ମାତ୍ର ୫ମିନିଟ୍‌ ରାସ୍ତାକୁ ଅତିକ୍ରମ କରିବାକୁ ୧୫ରୁ ୨୫ମିନିଟ୍‌ ସମୟ ଲାଗୁଛି। ମଲ୍‌କୁ ଲାଗି ରସୁଲଗଡ଼ ଶିଳ୍ପାଞ୍ଚଳ ରହିଛି। ଯେଉଁଠାରେ ଗଣମାଧ୍ୟମ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନି କାରଖାନା ରହିଛି। କିନ୍ତୁ ଛକର ପରିସ୍ଥିତି ଏପରି ଶିଳ୍ପାଞ୍ଚଳ ଭିତରକୁ ପ୍ରବେଶ କରିବାକୁ ଭିଡ଼ ଭିତରେ ଅପେକ୍ଷା କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର