ସୁନା ଚୋରି ରୢାକେଟ୍‌ର ପର୍ଦାଫାସ୍‌: ୬ ଗିରଫ, ବିପୁଳ ସୁନା ଅଳଙ୍କାର ଜବତ

ଭୁବନେଶ୍ବର: ଏକ ବଡ଼ଧରଣର ସୁନା ଚୋରି ରୢାକେଟର ପର୍ଦ୍ଦାଫାସ୍ ହୋଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଏହି ରୢାକେଟକୁ ଧରିବା ସହ ୬ ଜଣଙ୍କୁ ଗିରଫ କରିଛି। ଏଥିରେ ଦୁଇ ଜଣ ସୁନା ଦୋକାନୀ ରହିଥିବା ଜଣାପଡ଼ିଛି। ଲୁଟ୍ ଓ ଚୋରି ସୁନାକୁ କେମିତି କିଣିବା ପରେ ବିକ୍ରି କରା ଯାଉଥିଲା, ତାହାର ତଥ୍ୟ ପ୍ରମାଣ ଲାଗିଛି ପୁଲିସ ହାତରେ। ପୁଲିସ ବିପୁଳ ପରିମାଣର ସୁନା ଜବତ କରିଛି। ଅଧିକ ତଥ୍ୟ ମିଳୁଥିବାରୁ ପୁଲିସ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ସୁନା ଲୁଟ୍ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଗତ ୬ ତାରିଖରେ ଦୁଇଜଣ ଲୁଟେରାଙ୍କୁ ଧରିଥିଲା। ଚୋରି ସୁନା ସେମାନେ କେଉଁଠି ବିକ୍ରି କରନ୍ତି, ତାହାର ଖୋଳତାଡ଼ କରିବା ସମୟରେ ବାଳକାଟି ପୁରୁଣାଫାଣ୍ଡି ବଜାରର ଜଣେ ସୁନା ଦୋକାନୀଙ୍କୁ ଉଠାଇ ଆଣିଥିଲା। ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ଼ କରିବା ପରେ ସୁନା ଚୋରି ରୢାକେଟ୍ ସମ୍ପର୍କରେ ବିସ୍ଫୋରକ ତଥ୍ୟ ମିଳିଥିଲା। ଜବତ ସୁନା ଅଳଙ୍କାର ଭିତରେ ଚେନ୍, ହାର, ଚୁଡ଼ି, ମୁଦି, ଲକେଟ୍, ଶଙ୍ଖା ଆଦି ସାମଗ୍ରୀ ରହିଛି। ପୁଲିସ ତଦନ୍ତକୁ ବଢ଼ାଇବା ପରେ ଗିରଫଦାରୀ ସଂଖ୍ୟା ବଢ଼ିଥିଲା।

ସମ୍ବନ୍ଧିତ ଖବର