ମୃତ୍ତିକା ପ୍ରଦର୍ଶନୀ ମେଳାର ଅବଧି ବୃଦ୍ଧି, ୨୩ ତାରିଖ ଯାଏ ଚାଲିବ

ଭୁବନେଶ୍ବର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶା​ଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟଠାରେ ଚାଲିଥିବା ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀର ଅବଧି ଅକ୍ଟୋବର ୨୩ପର୍ଯ୍ୟନ୍ତ ବଢ଼ାଯାଇଛି। ଏହି ପ୍ରଦର୍ଶନୀ ମେଳା ଅକ୍ଟୋବର ୧୫ ତାରିଖରେ ଉଦ୍‌ଘାଟିତ ହୋଇଥିବା ବେଳେ ୨୨ତାରିଖରେ ଉଦ୍‌ଯାପିତ ହେବାର ଥିଲା। ମାତ୍ର ଦର୍ଶକ ଓ ଗ୍ରାହକଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ନଜର ରଖି ଏହାର ଅବଧି ବୃଦ୍ଧି କରାଯାଇଛି। ପ୍ରଦର୍ଶନୀରେ ୧୨୫ଟି ଷ୍ଟଲ୍‌ରେ ୨୨୫ଜଣ କାରିଗର ସେମାନଙ୍କର ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି। ପ୍ରଦର୍ଶନୀରେ ମାଟିର ସୁନ୍ଦର ସୁନ୍ଦର ରଙ୍ଗବେରଙ୍ଗର ଦୀପ ସହ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର