ଭୁବନେଶ୍ୱର: ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଆଜି କ୍ୟାପିଟାଲ ହସ୍ପିଟାଲକୁ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଓ ରୋଟାରି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୟୁନିଟ୍‌-୬ସ୍ଥିତ ଆଇଏମ୍‌ଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ଉପ-ଅଧୀକ୍ଷକ ଧନଞ୍ଜୟ ସାହୁ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ସାହୁ କହିଥିଲେ ଯେ ସମସ୍ତ ଡାକ୍ତର, ପାରାମେଡିକ୍ସ ଓ ଅନ୍ୟ କର୍ମଚାରୀଙ୍କ କଠିନ ପରିଶ୍ରମ ପାଇଁ କ୍ୟାପିଟାଲ ହସ୍ପିଟାଲ କିଛି ବର୍ଷ ମଧ୍ୟରେ ରାଜ୍ୟର ଏକ ସ୍ବନାମଧନ୍ୟ ହସ୍ପିଟାଲ ଭାବେ ପରିଗଣିତ ହୋଇପାରିଛି।