ଭୁବନେଶ୍ବର: ସହିଦନଗରସ୍ଥିତ ଡକ୍ଟର ଅଗ୍ରୱାଲ୍‌ ଆଇ ହସ୍ପିଟାଲ୍‌ ପକ୍ଷରୁ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆରେ ଚକ୍ଷୁ ସଚେତନତା ଶିବିର ଉଦ୍‌ଘାଟିତ ହୋଇଛି। ‘ସମ୍ବାଦ’ର କା‌ର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ଲୋକମାନଙ୍କୁ ଚକ୍ଷୁ ରୋଗ ସମ୍ପର୍କରେ ସଚେତନତା କରିବା ସହ ହସ୍ପିଟାଲ୍‌ ପକ୍ଷରୁ ଏକ ନିଃଶୁଳ୍କ କାର୍ଡ ଦିଆଯାଉଛି। ଯାହାକୁ ବ୍ୟବହାର କରି ଲୋକମାନେ ରିହାତି ମୂଲ୍ୟରେ ସମସ୍ତ ପରୀକ୍ଷା ଓ ବିଭିନ୍ନ ଚିକିତ୍ସା କରିପାରିବେ।

Advertisment

ଏହାସହ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା ସମସ୍ତ ସୁବିଧା ବିଷୟରେ ମଧ୍ୟ ଏଠାରେ ବିସ୍ତୃତ ଭାବରେ ବୁଝାଇ ଦିଆଯାଉଛି। ଏହି ଶିବିର ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡକ୍ଟର ଅଗ୍ରୱାଲ୍‌ ଆଇ ହସ୍ପିଟାଲ୍‌ର ବରିଷ୍ଠ ଚକ୍ଷୁ ଚିକିତ୍ସକ ଡାକ୍ତର ବିଜୟ କୁମାର ମହାନ୍ତି, ମାର୍କେଟିଂ ମ୍ୟାନେଜର ସୁବ୍ରତ ମଲ୍ଲିକ, ସଚିନ୍‌ ପାଲ୍‌, ଗଣେଶ୍ବର ବେହେରା, ବିକାଶ ଲେଙ୍କା, ମନୋରଂଜନ ପଣ୍ଡା ଓ ବାଲଯାତ୍ରା ପଡ଼ିଆର ଷ୍ଟଲ୍‌ ଇନ୍‌ଚାର୍ଜ ପ୍ରଦୀପ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।