ଗୌରଚରଣ ବିଦ୍ୟାପୀଠରେ ଚକ୍ଷୁ ଚିକିତ୍ସା ଶିବିର ଓ ବୃକ୍ଷରୋପଣ

ଭୁବନେଶ୍ୱର: ଜଟଣୀ ବ୍ଲକ ଅନ୍ତର୍ଗତ ଛତାବରସ୍ଥିତ ଗୌରଚରଣ ବିଦ୍ୟାପୀଠ ପରିସରରେ ଭୁବନେଶ୍ୱର ଲାୟନ୍ସ କ୍ଲବ-ଡି, ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡ଼ିଶା କମିଟି ତଥା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଦୁର୍ନୀତି ବିରୋଧୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଡାକ୍ତର ମହାନ୍ତିଙ୍କ ତତ୍ତ୍ବାବଧାନରେ ଚିକିତ୍ସକମାନେ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ।

ଦୁର୍ନୀତି ବିରୋଧୀ ଆଲୋଚନାଚକ୍ରରେ ଭାଗନେଇ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଜାତୀୟ ସମ୍ପାଦକ ବିପିନ ବିହାରୀ ମିଶ୍ର ଦେଶକୁ ଏକ ଦୁର୍ନୀତି ମୁକ୍ତ ଦେଶରେ ପରିଣତ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସଂକଳ୍ପ କରାଇଥିଲେ। କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍‌ର ସଭାପତି ଶରତ କୁମାର ପରିଡ଼ା, ସମ୍ପାଦକ ପ୍ରଶାନ୍ତ ପରିଡ଼ା, ବିପିନ ବିହାରୀ ନାୟକ, ବିପିନ ବିହାରୀ ମିଶ୍ରଙ୍କ ସମେତ ବିଦ୍ୟାପୀଠର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସଂଗ୍ରାମ ପଟ୍ଟନାୟକ ଓ ଧନ୍ୟବା‌ଦ ଦେଇଥିଲେ ସୁବାସ ଚନ୍ଦ୍ର ରଥ।

ସମ୍ବନ୍ଧିତ ଖବର