ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ କିଛି କଟକଣା ଜାରି କରାଯାଇଛି। ଏହି ପ୍ରସଙ୍ଗରେ କୌଣସି ପ୍ରକାର ଶୋଭାଯାତ୍ରାକୁ ସ୍ବୀକୃତି ମିଳିବ ନାହିଁ। ବିନା ସ୍ବୀକୃତିରେ ସଭା କିମ୍ବା ଶୋଭାଯାତ୍ରା କଲେ, ତାହା ବେଆଇନ ଧରାଯିବ। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱର ଡିସିପି ଅନୁପ ସାହୁ ଏକ ଟ୍ବିଟ୍ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ସେହିପରି ସୋସିଆଲ ମିଡିଆ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। କୌଣସି ଧର୍ମକୁ ଆକ୍ଷେପ ବା ପ୍ରତି ଆକ୍ଷେପ କଲା ଭଳି ପୋଷ୍ଟ, କମେଣ୍ଟ କିମ୍ବା ଗୁଜବ ପ୍ରଚାର ନ କରିବାକୁ ଡିସିପି ଶ୍ରୀ ସାହୁ ଅନୁରୋଧ କରିଛନ୍ତି। ଯେକୌଣସି ବ୍ୟକ୍ତି ଏମିତି କରୁଥିବା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୭ ମସିହାରେ ଭଦ୍ରକରେ ଦୁଇଜଣ ବନ୍ଧୁ ନିଜ ନିଜ ଧର୍ମକୁ ନେଇ ବ୍ୟକ୍ତିଗତ ଭାବରେ ପ୍ରଥମେ ହ୍ବାଟ୍ସ୍ ଆପ୍ ଚାଟ୍ରେ କଳି କରିଥିଲେ। ପରେ ସେହି ପ୍ରସଙ୍ଗକୁ ଫେସ୍ବୁକ୍ରେ ଅପ୍ଲୋଡ୍ କରିବାରୁ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp