ଜାଲ ଦିବ୍ୟାଙ୍ଗ ପ୍ରାମାଣପତ୍ର ମାମଲା : ୮ ଛାତ୍ରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା କମିସନରେଟ ପୁଲିସ

ଭୁବନେଶ୍ବର : ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ମାମଲାରେ ୮ ଜଣ ଛାତ୍ରଙ୍କ ନାମରେ ମାମଲା ରୁଜ୍ଜୁ କରିଛି କମିସନରେଟ୍ ପୁଲିସ । ଏହି ଛାତ୍ରମାନେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ବିଜେପି କଲେଜରେ ନାଁ ଲେଖାଇଥିବାର ଅଭିଯୋଗ ହୋଇଛି । ସାର୍ଟିଫିକେଟଗୁଡ଼ିକ ଜାଲ ଥିବା କଲେଜ କର୍ତ୍ତୃପକ୍ଷ ଜାଣିବା ପରେ କଲେଜ ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରୁଛି କମିସନରେଟ୍ ପୋଲିସ ।

ଏସମ୍ପର୍କରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ଏହା ଏକ ସାଂଘାତିକ ଅପରାଧ। ଜାଲ ଦିବ୍ୟାଙ୍କ ପ୍ରମାଣପତ୍ର ପାଇଁ ମେଧାବୀ ବିଦ୍ୟାର୍ଥୀ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ଏହି ମାମଲାର ତଦନ୍ତ ଜାରି ରହିଛି । ତଦନ୍ତ ସଂପୂର୍ଣ୍ଣ ହେବା ପରେ ଜାଲ ପ୍ରମାପତ୍ର ଯୋଗାଣକାରୀ ଓ ଦୋଷୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର