ବିଏଡ୍‌ କରିବା ନାଁରେ ଜାଲ୍ ସାର୍ଟିଫିକେଟ୍, ଥାନାରେ ଅଭିଯୋଗ

ଭୁବନେଶ୍ବର : ବିଏଡ୍‌ କରାଇବା ନାଁରେ ୫ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଖଣ୍ଡଗିରି ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ଖବର ଅନୁଯାୟୀ, ଅଭିଯୋଗକାରୀ ଗତ ୩ବର୍ଷ ତଳେ ଏକ ଘରୋଇ କଲେଜ୍‌ରେ ବିଏଡ୍‌ କରିଥିଲେ। ବିଏଡ୍‌ କରିବା ପରେ ସେ ଏକ ଘରୋଇ ସ୍କୁଲ୍‌ରେ ଚାକିରି ଆବେଦନ କରି ଶିକ୍ଷକତା କରୁଥିଲେ। ତେବେ କିଛିଦିନ ତଳେ ଅଭିଯୋଗକାରୀଙ୍କୁ ସଂପୃକ୍ତ ସ୍କୁଲର ବୋର୍ଡ ମେମ୍ବର ଫୋନ୍ କରି ସାର୍ଟିଫିକେଟ୍ ଜାଲ୍‌ ବୋଲି କହିଥିଲେ। ଏହାପରେ ଅଭିଯୋଗକାରୀ ସାର୍ଟିଫିକେଟ୍ ଭେରିଫିକେସନ୍‌ କରି ଏହା ଜାଲ୍ ବୋଲି ଜାଣିଥିଲେ। ଏନେଇ ସେ ସଂପୃକ୍ତ ଘରୋଇ ବିଏଡ୍‌ ସଂସ୍ଥାକୁ ଯୋଗାଯୋଗ କରିଥିଲେ ବି କୌଣସି ଉତ୍ତର ମିଳିନଥିଲା। ତାଙ୍କ ସମେତ ୫ଜଣ ଯୁବକ ସଂପୃକ୍ତ କଲେଜରେ ବିଏଡ୍‌ କରି ଫସିଯାଇଥିବା ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର