ଚନ୍ଦ୍ରଶେଖରପୁର: ସାଲିଆସାହି ଅଞ୍ଚଳରେ ଥିବା ଏକ ଦୋକାନରେ ଜଣେ ବ୍ୟବସାୟୀ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବସ୍ତିବାସିନ୍ଦା ବ୍ୟବସାୟୀ ଓ ତା’ର ସହଯୋଗୀକୁ କାବୁକରି ମୈତ୍ରୀବିହାର ଥାନା ଜିମା ଦେଇଛନ୍ତି। ପୁଲିସ ନକଲି କୁହାଯାଉଥିବା ଔଷଧର କିଛି ନମୁନା ସଂଗ୍ରହ କରିଛି। ସେଗୁଡ଼ିକୁ ପରୀକ୍ଷା ପାଇଁ ଦିଆଯିବ ବୋଲି ସୂଚନା ମିଳିଛି। ଯଦି ଓୗଷଧ ନକଲି ହୋଇଥାଏ ତେବେ ଅଭିଯୁକ୍ତଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Advertisment

ଘଟଣା ଅନୁଯାୟୀ ଉକ୍ତ ଦୋକାନରୁ ଗତକାଲି ଜଣେ ବ୍ୟକ୍ତି ଅସୁସ୍ଥ ଥିବାରୁ ଔଷଧ କିଣିଥିଲେ। ମାତ୍ର ସେହି ବଟିକା ଖାଇବା ପରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଯାହାକୁ ନେଇ ତା’ଙ୍କ ପରିବାର ଲୋକ ବ୍ୟବସାୟୀଙ୍କ ନିକଟକୁ ଆସି ବଚସା କରିଥିଲେ ଏବଂ ଉକ୍ତ ବଟିକା ନକଲି ବୋଲି ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ପାଇ ଅନ୍ୟ କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସି ହୋହଲ୍ଲା କରିଥିଲେ।