ଚାକିରି ବାହାନାରେ ଠକେଇ, ନକଲି ଟିଭି ଚ୍ୟାନେଲ୍ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଚାକିରି ଦେବା ବାହାନାରେ ଜଣେ ଯୁବକଙ୍କଠାରୁ ଲକ୍ଷେ ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ଏୟାର୍‌ପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଅନୁଗୁଳ ଜିଲ୍ଲା ମାଟିଆସାହି ଅଞ୍ଚଳର ବଳଭଦ୍ର ପ୍ରସାଦ ମିଶ୍ର(୩୮)। ବଳଭଦ୍ର ନିଜକୁ ବ୍ଲୁମ୍‌ବର୍ଗ ଟେଲିଭିଜନ୍‌ର ନିର୍ଦ୍ଦେଶକ ବୋଲି ପରିଚୟ ଦେଇ ଏହି ଠକାମି କରିଥିଲା। ଅର୍ଜିତ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ବଳଭଦ୍ର ତାଙ୍କୁ ଉକ୍ତ ଟେଲିଭିଜନ୍ କମ୍ପାନିରେ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ ରେଜିଷ୍ଟ୍ରେସନ ଫି’ ଓ ଏଚ୍‌ଆର୍‌ ଫି’ ବାବଦକୁ ସେ ୧ ଲକ୍ଷ ୩୦ ହଜାର ଟଙ୍କା ମାଗିଥିଲା। ବିଶ୍ବାସ କରି ଅର୍ଜିତ ସମସ୍ତ ଟଙ୍କା ପଇଠ କରିଥିଲେ। କିନ୍ତୁ ଟଙ୍କା ପ‌ାଇବା ପରେ ଧୂର୍ତ୍ତ ବଳଭଦ୍ର ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲା। ପୁଲିସ ବଳଭଦ୍ରଠାରୁ ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ସମ୍ବନ୍ଧିତ ଖବର