ପହଞ୍ଚିଲା ନକଲି ବିଶ୍ବବିଦ୍ୟାଳୟ ତଦନ୍ତ ରିପୋର୍ଟ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇନ ୧୯୫୬ର ଉଲ୍ଲଂଘନ କରିବା ସହ ‘ୟୁନିଭରସିଟି’ ଶବ୍ଦ ବ୍ୟବହାର କରି ମୟୂରଭଞ୍ଜ ଜିଲ୍ଲାର ଏକ ଶିକ୍ଷାନୁଷ୍ଠାନ ଡିଗ୍ରି ସାର୍ଟିଫିକେଟ୍‌ ବଣ୍ଟନ କରୁଛି। ଯେଉଁଥିପାଇଁ ‘ନର୍ଥ ଓଡ଼ିଶା ୟୁନିଭର୍‌ସିଟି ଅଫ୍‌ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍‌ନୋଲୋଜି’ ନାମକ ଏହି ଶିକ୍ଷାନୁଷ୍ଠାନ ପ୍ରତିବର୍ଷ ୟୁଜିସିର ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଉଥିବା ନେଇ ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ ଉକ୍ତ ନକଲି ବିଶ୍ବବିଦ୍ୟାଳୟ ସମ୍ପର୍କରେ ତଦନ୍ତ କରି ତଥ୍ୟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ କୁହାଯାଇଥିଲା। ୨୦୨୦ରେ ମଧ୍ୟ ଆଞ୍ଚଳିକ ନିର୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ଉଭୟ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗ ନିକଟରେ ପହଞ୍ଚିବା ପରେ ଏବେ ତାହା ଉପରେ ବିଚାରବିମର୍ଶ ଜାରି ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର