ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ପକ୍ଷରୁ ବ୍ୟାସକବିଙ୍କ ୧୦୧ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ସକାଳେ ବାଣୀବିହାରସ୍ଥିତ ମୁଖ୍ୟ ଫାଟକ ନିକଟରେ ବ୍ୟାସକବିଙ୍କ ପ୍ରତିମୂର୍ତି ଏବଂ ଫକୀରମୋହନ ଛାତ୍ରାବାସରେ ନିକଟରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଯୋଗଦେଇ ପୁ‌ଷ୍ପମାଲ୍ୟ ଅର୍ପଣ କରିଥିଲେ।

ପୂର୍ବାହ୍ନରେ ନୂଆପଲ୍ଲୀସ୍ଥିତ ସଂସଦ ପରିସରରେ ସାରସ୍ବତ ସଭା ଅନୁଷ୍ଠିତ ହୋଇଥିଲା। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ମୁଖ୍ୟବକ୍ତା ଏବଂ ଡ.‌ଦେବେନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକୀରମୋହନଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ‘ଫକୀରମୋହନ ଜୀବନ ଚର୍ଚା ଆଦିପର୍ବ’ର ପ୍ରଥମ ଭାଗ ଲୋକାର୍ପିତ ହୋଇଥିଲା। ପୁସ୍ତକର ସହଯୋଗୀ ସମ୍ପାଦକ ଡ.ଲଲାଟେନ୍ଦୁ ଦାସ ମହାପାତ୍ର ପୁସ୍ତକ ସମ୍ପର୍କରେ କହିଥିଲେ। ସ୍ମୃତି ସଂସଦର ପରିଚାଳନା ସମ୍ପାଦକ ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସକାଳେ ସଂସଦରେ କବିତା ପାଠୋତ୍ସବ ହୋଇଥିଲା। ଯୋଗେନ୍ଦ୍ର ନାୟକ, ଲଡ଼ୁକିଶୋର ପଢ଼ିଆରୀ ଓ ଗୀତାଞ୍ଜଳି ମହାନ୍ତି କବିତା ପାଠୋତ୍ସବକୁ ସଂଯୋଜନା କରିଥିବା ବେଳେ ପରିଚାଳନା କରିଥିଲେ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ। ରଜତ ପାତ୍ର, ନିଆସୀ ଚରଣ ଦାସ, ମିନତି ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର