ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୪ତମ ଶ୍ରାଦ୍ଧବାର୍ଷିକ ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ରାଧାନାଥ ପ୍ରହରାଜ, ପୂର୍ବତନ ସଂସ୍କୃତି କମିସନର ମନୋରଞ୍ଜନ ପଣିଗ୍ରାହୀ, ଗାୟକ ସୁରେନ୍ଦ୍ର କୁମାର ଛୋଟରାୟ, ବିଭାଗୀୟ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ସେନାପତିଙ୍କ ସଂସ୍କାର ମୂଳକ ସାହିତ୍ୟକୃତି ଛମାଣ ଆଠଗୁଣ୍ଠ, ମାମୁ, ଲଚ୍ଛମା ଉପନ୍ୟାସ ଏବଂ ଡାକମୁନିସି, ରେବତୀ, ପେଟେଣ୍ଟ ମେଡିସିନ୍ କ୍ଷୁଦ୍ରଗଳ୍ପ ଆଜି ମଧ୍ୟ ତାଙ୍କୁ ଅମର କରି ରଖିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ସାମନ୍ତରାୟ, ପ୍ରଫେସର କାଶୀନାଥ ରଥ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ସୁଶାନ୍ତ କୁମାର ପାଢ଼ୀ, କାଳନ୍ଦୀ ନାୟକ, ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇଥିଲେ।