ଜଟଣୀ: ଖୋର୍ଦ୍ଧାରୋଡ୍ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ୍ ପକ୍ଷରୁ ପୂର୍ବତନ ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରାୟ ଓ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ମଣ୍ଡଳ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ଶ୍ରୀ ରାୟ ଯୋଗଦେଇ ଶ୍ରମିକ ୟୁନିୟନ୍ ସର୍ବଦା ପ୍ରଶାସନ ଏବଂ କର୍ମଚାରୀ ମାନଙ୍କ ପାଇଁ ଯେଉଁସବୁ କାର୍ଯ୍ୟ କରିଛି ତା’ର ପ୍ରଶଂସା କରିଥିଲେ। ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମଣ୍ଡଳ ପରିଚାଳକ ହରବିନ୍ଦର ସିଂ ବାଜୱାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

Advertisment

ସଭାରେ ରେଲୱେ ଶ୍ରମିକ ୟୁନିୟନ୍‌ର ସାଧାରଣ ସମ୍ପାଦକ ପି.କେ ପାଟ୍ଟଶାଣୀ, ସଭାପତି ଆରଭିଏସଏସ ରାଓ, ଖୋର୍ଦ୍ଧା ମଣ୍ଡଳ ଉପ ମଣ୍ଡଳ ସଂଯୋଜକ ସଚ୍ଚିଦାନନ୍ଦ ରାଉତ, ଉପ ମଣ୍ଡଳ ସଂଯୋଜକ ଏଚଏମ ମୁରଲୀକୃଷ୍ଣ, ଏମ ରାମକୃଷ୍ଣା, ମନୋଜ ପାଣ୍ଡେ, ବିଦ୍ୟାଧର ଜେନା, ପିକେ ପଣ୍ଡା, ପ୍ରମୋଦ ରାୟ, ପ୍ରଦୀପ ବେହେରା, ନିର୍ମଳ ପରିଡ଼ା, ଇତିଶ୍ରୀ ନିଦେଦିତା ସାହୁ, ସମିତା ସରକାରଙ୍କ ସମେତ ସଙ୍ଗଠନର ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ। ଶେଷରେ ସଭାପତି ଶ୍ରୀ ରାଓ ଧନ୍ୟବାଦ ଦେଇଥିଲେ।