ବାରଙ୍ଗ: ଦେଶର ଚିଡ଼ିଆଖାନାଗୁଡ଼ିକରେ ବଂଶବୃଦ୍ଧି ପାଇଁ ଜୀବଜନ୍ତୁ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା। ଏହି ଯୋଜନା ଜରିଆରେ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ କମଳା ନେହେରୁ ପ୍ରାଣୀ ସଂଗ୍ରହଣାଳୟରୁ ୪ ପ୍ରଜାତିର ୯ଟି ଜୀବ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୨ଟି ଏସୀୟ ସିଂହୀ, ୩ଟି ଘଡ଼ିଆଳ କୁମ୍ଭୀର (୨ ଅଣ୍ଡିରା,୧ ମାଈ), ୩ଟି ଭାରତୀୟ ଧୂସର ଗଧିଆ (୨ ଅଣ୍ଡିରା ଓ ୧ ମାଈ) ଓ ୧ ମାଈ କୋକିଶିଆଳୀ।
ଏବେ ନନ୍ଦନକାନନରେ ଏକ ମାତ୍ର ଏସୀୟ ସିଂହୀ ଅଛି। ତେଣୁ ଆଗକୁ ସିଂହ ବଂଶବୃଦ୍ଧିରେ ସମସ୍ୟା ଉପୁଜିବ। ତେଣୁ ଆଉ ଦୁଇ ସିଂହୀଙ୍କୁ ଅଣାଯାଉଛି। ସେହିଭଳି ଏଠାରେ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ନାହିଁ। ତେଣୁ ଆଉ ୨ଟି ଅଣ୍ଡିଆ ଘଡ଼ିଆଳ ଅଣାଯାଉଛି। ଏବେ ଏଠାରେ ଏକ ମାତ୍ର ମାଈ ଧୂସର ଗଧିଆ ଓ ୪ଟି କୋକିଶିଆଳି (୧ ମାଈ,୧ ଅଣ୍ଡିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ ଛୁଆ) ଅଛନ୍ତି। ତେଣୁ କୋକିଶିଆଳୀ ବଂଶବୃଦ୍ଧି ଲାଗି ଆଉ ଗୋଟିଏ ମାଈ କୋକିଶିଆଳୀ ଆଣିବାକୁ ଯୋଜନା ହୋଇଛି। ତେବେ ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୃପକ୍ଷ ଗୋଟିଏ କଳା ଓ ଗୋଟିଏ ଧଳା ବାଘ ଇନ୍ଦୋର ଚିଡ଼ିଆଖାନାକୁ ଦେବେ। ଖୁବ୍ ଶୀଘ୍ର ଏହି ଅଦଳବଦଳ କାର୍ଯ୍ୟକ୍ରମ ସରିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Nandankanan.jpg)
